ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି ୨୦୨୧ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଆଜି ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି ୨୦୨୧ କାର୍ଯ୍ୟକ୍ରମ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ା ଏଥିରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରି ତର୍କ,ପ୍ରବନ୍ଧ, ଚିତ୍ରାଙ୍କନ,ଦଳଗତ ନୃତ୍ୟ,କଣ୍ଠ ସଂଗୀତ ଆଦିରେ ଅଂଶ ଗ୍ରହଣ କରି ନିଜ ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ ା ସର୍ବୋତ୍ତମ ପ୍ରଦର୍ଶନ କରିଥିବା ପିଲାଙ୍କୁ ପ୍ରତିଭା ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ାଏହି ପିଲାମାନେ ଆଗାମୀ ନଭେମ୍ବର 14 ଶିଶୁ ଦିବସରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 2021 ରେ ଛତ୍ରପୁର ଠାରେ ଅଂଶ ଗ୍ରହଣ କରିବେ ବୋଲି ଜଣାପଡିଛି ା କାର୍ଯ୍ୟକ୍ରମର ପୁରସ୍କାର ବିତରଣ ଉତ୍ସବରେ ବି.ଇ.ଓ ଏସ୍ .ଧନଞ୍ଜୟ, ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ଙ୍କ ସମେତ ସମ୍ମାନୀତ ଅତିଥି ରୂପେ ପୂର୍ବତନ ଏ.ବି.ଇ.ଓ ତଥା ଅଲୋଷ୍ଟା ରାଜ୍ୟ ସଭାପତି ଜଗବନ୍ଧୁ ଜେନା, ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ଓଷ୍ଟା ଉପସଭାପତି ସନ୍ତୋଷ ଜେନା ,ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ପାଣ୍ଡବ ସେଠୀ ପ୍ରମୁଖ ମଞ୍ଚାସୀନ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ ା ସାସ୍କୃତିକ କାର୍ଯ୍ୟକ୍ରମରେ ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବିତୀୟ ଓ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ ା ବିଚାରକ ରୂପେ ଧ୍ରୁବ ମହାରଣା, ନେତାଜୀ ବିଷୋୟୀ,ରାମ ଚନ୍ଦ୍ର ହୋତା,ତ୍ରିନାଥ ବେହେରା, ସୁନିଲ କୁମାର ପାଣି,ଶଙ୍କର୍ଷଣ ତ୍ରିପାଠୀ,ସୁରେନ୍ଦ୍ରନାଥ ଗୌଡ, ଜ୍ୟୋତିରଞ୍ଜନ ବିଷୋୟୀ , ପ୍ରଦୀପ କୁମାର ଶାସମଲ,ଦେବୀ ପ୍ରସାଦ ଦାଶ,ମୋହନ ସାହୁ,ସୁନନ୍ଦା ବେହେରା, ଗୀତାରାଣୀ ମହାପାତ୍ର ,ସୁବାଷ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ା ଅନ୍ୟମାନଙ୍କ ମଧ୍ୟରେ ନାରାୟଣ ମହାପାତ୍ର,ଭଗବାନ ଭୂୟାଁ,ସନ୍ତୋଷ କୁମାର ସାହୁ,ଆଦିକନ୍ଦ ଗୌଡ,ଭାସ୍କର ନାୟକ,ରାଘବ ନାୟକ,ସନ୍ତୋଷ ଗୌଡ,ମନୋଜ ଗୌଡ,ମନୋଜ ପାଳ,ସୁରେନ୍ଦ୍ର ପ୍ରଧାନ ,ବୃନ୍ଦାବନ ସେଠୀ ପ୍ରମୁଖ ସି.ଆର୍.ସି.ସିଗଣ ,ବି.ଆର୍.ଟି ଚିନ୍ମୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ା ବ୍ଳକର ପ୍ରତି କ୍ଳଷ୍ଟରରୁ ଚୟନ ହୋଇଥିବା ଶିକ୍ଷାର୍ଥୀଙ୍କ ସହ ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ା