ଭଞ୍ଜନଗର ର R & B ଡିପାର୍ଟମେଣ୍ଟ ର ସମସ୍ତ କର୍ମଚାରୀ ଙ୍କର ଦିନିକିଆ ଦରମା ପ୍ରଦାନ କରିଛନ୍ତି

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ମୁକାବିଲା କୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାର ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫଳରେ ଏଭଳି ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାହାର୍ଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି। ଆଜି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର R & B ଡିପାର୍ଟମେଣ୍ଟ ର ସମସ୍ତ କର୍ମଚାରୀ ଙ୍କର ଦିନିକିଆ ଦରମା ସର୍ବମୋଟ ୧ ଲକ୍ଷ ୧୬ ହଜାର ଟଙ୍କାର ଡ୍ରାଫଟ ଭଞ୍ଜନଗର ଉପଖଣ୍ଡ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ R&B ଡିପାର୍ଟମେଣ୍ଟ ଭଞ୍ଜନଗର ର ମୁଖ୍ୟ ରମେଶ ପ୍ରସାଦ ସ୍ୱାଇଁ ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ