ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ କୁ ୧୦୦୦୦ ଟଙ୍କା ପ୍ରଦାନ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):କୋରନା ମୁକାବିଲା କୁ ନେଇ ସରକାରଙ୍କ ପକ୍ଷରୁ ସାରା ଦେଶରେ ଲକ୍ ଡାଉନ ଘୋଷଣା କରାଯାଇଛି। ଜନସାଧାରଣ ମଧ୍ୟ ସଚେତନ ହୋଇ ସରକାର ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ଫଳରେ ଏଭଳି ପରିସ୍ଥିତି ରେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ସାହାର୍ଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି। ଆଜି ଭଞ୍ଜନଗର ସାହିତ୍ୟ ଘର ପକ୍ଷରୁ ସଭାପତି ତଥା ପ୍ରାକ୍ତନ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ,ଉପସଭାପତି ନେତାଜୀ ବିଷୋୟୀ,ସମ୍ପାଦକ ସନ୍ତୋଷ ଜେନା, ଉପଦେଷ୍ଟା ଶୂଳପାଣି ଶତପଥି, ଜଗବନ୍ଧୁ ଜେନା,ତ୍ରିନାଥ ବେହେରା, ସନ୍ତୋଷ ତିଆଡି,ସୁରେଶ ଚନ୍ଦ୍ର ସ୍ୱାଇଁ, ଅନୁପମ ବାନାର୍ଜୀ, ଅଜିତ ଶତପଥୀ, ବିଶ୍ୱମ୍ବର ଜେନା ପ୍ରମୁଖ ଉପସ୍ଥିତ ରହି ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ଜରିଆରେ ଦଶ ହଜାର ଟଙ୍କା ର ଏକ ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ଏହି ଅର୍ଥ ରାଶି ରାଜ୍ୟରେ କୋରନା ମହାମାରୀ ମୁକାବିଲା ପାଇଁ ସହାୟକ ହେବ ବୋଲି ସଦସ୍ୟ ବୃନ୍ଦ କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ