ଭଞ୍ଜନଗର ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଗଙ୍ଗାଧର ମେହେର ଜୟନ୍ତୀ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):କବି ମେହର ଦାରିଦ୍ରୢର କଷାଘାତ ମଧ୍ୟରେ ପୀଡିତ ହୋଇ ମଧ୍ୟ ପାଠକ ସମାଜକୁ ସୁସ୍ଥ କାବ୍ୟ କବିତା ପ୍ରଦାନ କରି ଆଜି ମଧ୍ୟ ସମସ୍ତଙ୍କ ମନରେ ସ୍ଥାନ ସୃଷ୍ଟି କରିଛନ୍ତି। ‘ରସରତ୍ନାକର,ଅହଲ୍ୟାସ୍ତବ,ତପସ୍ବିନୀ,ପ୍ରଣୟ ବଲ୍ଲରୀ,କୀଚକ ବଦ୍ଧ’ ଆଦି କାବ୍ୟ ରଚନା କବିଙ୍କ ସାହିତ୍ୟର ପ୍ରାଣପିଣ୍ଡ ବୋଲି ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ମେହର ଜୟନ୍ତୀ ଅବସରରେ ମତ ପ୍ରକାଶ ପାଇଛି। ସଭାପତି କୃତ୍ତିବାସ ବିଶ୍ବାଳଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ସନ୍ତୋଷ ଜେନା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ଭାବେ ଏସ୍ଡିପିଆର୍ଓ ଗୌରୀ ଶଙ୍କର ଶତପଥୀ,ପ୍ରଜାପିତା ବ୍ରହ୍ମକୁମାରୀ ମୁଖ୍ୟ ରାଜଯୋଗୀନି ସନ୍ତୋଷିନୀ,ଉପଦେଷ୍ଟା ମନୁନନ୍ଦ ପତି,ଜଗବନ୍ଧୁ ଜେନା,ଶୂଳପାଣି ଶତପଥୀ,ଉପସଭାପତି ନେତାଜୀ ବିଷୋୟୀ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଏଥିରେ ସଦସ୍ୟା ଅଧ୍ୟାପିକା ସୁଜାତା ସିଂ ଗଙ୍ଗାଧର ମେହେରଙ୍କ ସାହିତ୍ୟ କୃତି ଉପରେ ଏକ ସର୍ନ୍ଧଭ ପାଠ କରିଥିଲେ। ରକ୍ଷା ବନ୍ଧନ ଅବସରରେ ସମସ୍ତ ସଦସ୍ୟଙ୍କୁ ସାହିତ୍ୟ ଘରର ସଦସ୍ୟା ମାନେ ରାକ୍ଷୀ ବାନ୍ଧି ମିଠା ଖୁଆଇଥିଲେ। ଏଥିରେ ସହ ସମ୍ପାଦକ ଡ.ଗୁରୁମୂର୍ତ୍ତି ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ର୍ଷଣ ତ୍ରିପାଠି,ଜ୍ୟୋତ୍ସା କୁମାରୀ ଦେବୀ,ଦୀପ୍ତାଂଶୁ ପ୍ରଭା ଦେବୀ,ପବିତ୍ର କୁମାର ଶତପଥୀ,ଅରୁଣାଞ୍ଚଳ ପତି,ଡା.ସୀମାଞ୍ଚଳ ପତି,ରବି ନାରାୟଣ ମହାନ୍ତି,ସୁରେଶ ଚନ୍ଦ୍ର ସ୍ବାଇଁ,ସନ୍ତୋଷ କୁମାର ତିଆଡି,ରୀତାରାଣୀ ମହାପାତ୍ର,ଡା.ଗାୟତ୍ରୀ ସାହୁ,ଶୁଭଶ୍ମିତା ଦାଶ,ପ୍ରଭାତୀ ମଞ୍ଜରୀ ବେହେରା,ସୁବାଷ ଚନ୍ଦ୍ର ତାରିଣୀ,ଅଶୋକ କୁମାର ସ୍ବାଇଁ,ଅଶୋକ ସାହୁ,ଅନୁପମ ବାନାର୍ଜି,ଅରକ୍ଷିତ ପରିଚ୍ଛା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।