ଭଞ୍ଜସେନା ତରଫରୁ ତିନିଘଣ୍ଟିଆ ହରତାଳ

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ବିଭିନ୍ନ ଦାବି ପୂରଣ ନିମନ୍ତେ ସରକାରଙ୍କ ପରେ ଚାପ ପ୍ରୟୋଗ ନିମନ୍ତେ କରଞ୍ଜିଆ ସହର ଦେଇ ଯାଇଥିବା ରାଞ୍ଚି ବିଜୟୱାଡା ଜାତୀୟ ରାଜପଥର ମହାବୀର ଛକ ରେ ଗତକାଲି ସକାଳୁ ଭଞ୍ଜସେନା ର ଜିଲ୍ଲା ଉପସଭାପତି ମହମ୍ମଦ ଫିରୋଜ଼ ଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିଲା । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ହରତାଲ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ମୟୁରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବ ଛାତ୍ର ସଂଗଠନ ଭଞ୍ଜ ସେନା ପକ୍ଷରୁ ଏହି ହରତାଳ ଡାକରା ଦିଆଯାଇଥିବା ବେଳେ ଏଥିଯୋଗୁ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିଲା । ମୟୂରଭଞ୍ଜ ଜନସାଧାରଣଙ୍କୁ ଶୁଦ୍ଧ ପାନୀୟ ଜଳଯୋଗାଣ, ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ଡାକ୍ତରଖାନାମାନଙ୍କରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ଅଘୋଷିତ  ବିଦ୍ୟୁତ୍‌ କାଟ୍‌ ବନ୍ଦ କରିବା, ଉନ୍ନତ ବିଦ୍ୟୁତ୍‌ ସେବା ଯୋଗାଇ ଦେବା, ଗୁଣାତ୍ମକ ଶିକ୍ଷା,  ସ୍କୁଲ କଲେଜମାନଙ୍କରେ ଶିକ୍ଷକ ପଦ ପଦବୀ ପୂରଣ ଓ ପର୍ଯ୍ୟଟନ ଶିଳ୍ପ ମାଧ୍ୟମରେ ବେକାରୀ ଦୂରୀକରଣପରି ପ୍ରମୁଖ ଦାବୀଗୁଡିକ ସମ୍ପର୍କରେ ପୂର୍ବରୁ ବହୁଥର ଭଞ୍ଜସେନା ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଉନି କିମ୍ବା ସମସ୍ୟାର ସମାଧାନ ହେଉନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ