କରଞ୍ଜିଆ ଏନ୍ଏସି ର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରାଯିବା ର ପ୍ରୟାସ ଆରମ୍ଭ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବିଜ୍ଞାପିତ ଅଂଚଳ ପରିଷଦ ମୋଟ ୧୫ଟି ୱାର୍ଡ କୁ ନେଇ ଗଠିତ ଏହି ଅଞ୍ଚଳରେ ଦିର୍ଘଦିନ ଧରି ଏହାର ଉନ୍ନୟନ କାର୍ଯ୍ୟ , ସଫେଇ କାର୍ଯ୍ୟ ଆଦି ଶିଥିଳ ପଡି ଥିଲା । ତେବେ ନୂତନ କରି ପରିଷଦ ଗଠନ ପରେ ଏହି ସମସ୍ତ କାର୍ଯ୍ୟ କୁ ତ୍ୱରାନ୍ୱିତ କରାଯିବା ର ପ୍ରୟାସ ଆରମ୍ଭ ହୋଇଛି ।ନବନିର୍ବାଚିତ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ପୋପି ପୃଷ୍ଟି, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱରୂପ କୁମାର ପରିଜା, ଏନ୍ଏସି କାର୍ଯ୍ୟ ନୀର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଗୁଡରା ହେମରମ, କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ମଧୂସ୍ମୀତା ମହାନ୍ତ, ସହକାରୀ ଯନ୍ତ୍ରୀ ଶ୍ରୀ ଅପୂର୍ବ ପାତ୍ର, ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଗିରୀଧାରୀ ପୃଷ୍ଟି, ଯୂବା ସମାଜସେବୀ ଶ୍ରୀ ରୋହିତ କୁମାର ପୃଷ୍ଟି, ସମସ୍ତ ୱାର୍ଡ ସଭ୍ୟ ପ୍ରମୁଖ ମିଳିତ ଭାବେ କରଞ୍ଜିଆ ର ସୌନ୍ଦର୍ଯ୍ୟୀକରଣ, ସଫେଇ କରଣ, ତଥା ଜନସାଧାରଣ ଙ୍କ ମୌଳିକ ସମସ୍ୟା କୁ ପ୍ରାଥମିକତା ଦେଇ ବିଭିନ୍ନ ୱାର୍ଡ ର ସଫେଇ କାର୍ଯ୍ୟ , ସ୍ମଶାନ ଉନ୍ନତି କରଣ, ଆଦି କାର୍ଯ୍ୟ ର ଅନୁଧ୍ୟାନ କରି ତୁରନ୍ତ କାର୍ଯ୍ୟକାରୀ କରାଯିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ତେବେ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ରାଜସ୍ବ ବିଭାଗର ଏକ ସ୍ଥାନ ରେ ପ୍ରମୋଦ ଉଦ୍ୟାନ ନିର୍ମାଣ ଏବଂ ଏହାର ରାସ୍ତା ବାବଦରେ ଥିବା ସମସ୍ୟା କୁ ଅଧ୍ୟକ୍ଷା ପୋପୀ ପୃଷ୍ଟି, ଉପାଧ୍ୟକ୍ଷ ସ୍ୱରୂପ ପରିଜା ,ନୀର୍ବାହୀ ଅଧିକାରୀ ,କନିଷ୍ଠ ଯନ୍ତ୍ରୀ, ରାଜସ୍ୱ ଅଧିକାରୀ ତଥା ସମାଜସେବୀ ଶ୍ରୀ ଯୁକ୍ତ ଗିରୀଧାରୀ ପୃଷ୍ଟି ପ୍ରମୁଖ ପ୍ରତକ୍ଷ ଭାବେ ଉକ୍ତ ସ୍ଥାନରେ ଉପସ୍ଥିତ ରହି ସମାଧାନ କରିଥିଲେ । ୱାର୍ଡ ର ରାସ୍ତା, ପାଣିଟାଙ୍କି, ଜଳାଶୟ ପୂନଃର୍ଦ୍ଧାର, ଟ୍ରାଫିକ ସମସ୍ୟା ଆଦି ବିକାଶ ମୂଳକ କାର୍ଯ୍ୟ ର ସମୀକ୍ଷା କରି ପ୍ରାଥମିକତା ର ସହ ପରିଷଦ ହାତକୁ ନେଇଥିବା ବେଳେ ଅଞ୍ଚଳ ବାସୀ ଆଶ୍ୱସ୍ତ ହେବା ସହ ନବନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ପୋପି ପୃଷ୍ଟି ଏବଂ ପରିଷଦର ସମସ୍ତ ସଭ୍ୟ ଙ୍କୁ କୃତଜ୍ଞତା ର ସହ ସାଧୁବାଦ ଜଣାଇଛନ୍ତି I


