ଭଣଜାକୁ ପିଟିପିଟି ହତ୍ୟା କଲା ମାମୁଁ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ସାମାନ୍ୟ ବଚସାକୁ ନେଇ ଭଣଜାକୁ ପିଟି ପିଟି ମାରିଦେଲା ମାମୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବିଞ୍ଜିଗିରି ଗ୍ରାମରେ । ମୃତ ଯୁବକଜଣଙ୍କ ହେଲେ ଆମ୍ବବାଲି ଗାଁର କୃତିବାସ ଗୌଡ଼ । ମିଳିଥିବା ସୂଚନା ମୁତାବକ କୃତିବାସ ଜଣେ ଗାଡ଼ି ଡ୍ରାଇଭର ଭାବେ କାର୍ଯ୍ୟ କରୁଥିଲେ। ଗତକାଲି ରାତିରେ ସେ କାମ ସାରି ଘରକୁ ଫେରିଲା ବେଳେ ତାଙ୍କ ମାମୁ ଗୋପାଳ ଗୌଡ ତାଙ୍କୁ ଫୋନ କରି ବିଞ୍ଜିଗିରି ଆସିବାକୁ କହିଥିଲେ । ହେଲେ ସେଠାରେ କୃତିବାସ ପହଞ୍ଚିବା ପରେ ମାମୁ ଭଣଜାଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ପରେ ମାମୁ ଓ ତାଙ୍କ ସହ ଥିବା କିଛି ଲୋକ ତାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ। ଖବର ପାଇ କୃତିବାସଙ୍କ ବଡ଼ଭାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। କୃତିବାସଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି। ଖବର ଲେଖା ହେବା ସୁଦ୍ଧା ପୁଲିସ୍ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ