ଭଣ୍ଡାରିପୋଖରୀ ଠାରେ ଉତ୍କଳ ସମ୍ମିଳନୀ ଶାଖା ଗଠିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ଶାରଦା ବିଦ୍ୟାମନ୍ଦିର ଠାରେ ଡ଼ଃ ସୁରେନ୍ଦ୍ର ମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉତ୍କଳ ସମ୍ମିଳନୀ ଶାଖା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ମହାସଚିବ ଡାକ୍ତର ରବିରଂଜନ ସାହୁ ଏହାକୁ ଉଦଘାଟନ କରି ଓଡ଼ିଆ ଭାଷାର ବହୁଳ ବ୍ୟବହାର ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଅତିଥି ଭାବେ ଉତ୍କଳ ସମ୍ମିଳନୀର କେନ୍ଦ୍ରୀୟ ଉପସଭାପତି ବିଚିତ୍ର ବଡ଼ଜେନା, ଉତ୍କଳ ସମ୍ମିଳନୀ ସମାଚାରର ସମ୍ପାଦକ ତଥା ଭୁବନେଶ୍ୱର ମଞ୍ଚେଶ୍ୱର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା, ଜାତୀୟ ସୂଚନା କେନ୍ଦ୍ର(ଏନଆଇସି)ର ପୂର୍ବତନ ନିର୍ଦ୍ଦେଶକ ଡ଼ଃ ରବିନାରାୟଣ ବେହେରା, ସମ୍ମିଳନୀର ଭୁବନେଶ୍ୱର ଶାଖା ସଭାପତି ଇଂ ବିଭୂତି ମିଶ୍ର ଓ ଶାରଦା ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ର ଯୋଗଦେଇ ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।ପ୍ରାରମ୍ଭରେ ସବ୍ୟସାଚୀ କର ବେଦ ପାଠ କରିଥିଲେ।ପ୍ରକାଶ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ପବନ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ପ୍ରେସ କ୍ଲବ ସଭାପତି ଧ୍ରୁବ ଚରଣ ବାରିକ, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ଡାକ୍ତର ନିରଞ୍ଜନ ଓଝା, ବ୍ରଜକିଶୋର ମହାନ୍ତି, ଶିକ୍ଷକ ସଞ୍ଜୟ କୁମାର ନନ୍ଦ, ଗୁରୁଚରଣ ସାହୁ, ରାଷ୍ଟ୍ରୀୟ ଜନତା ପରିଷଦର ସମ୍ପାଦକ ରାଜେଶ ବିଶ୍ୱାଳ,ଯୁବ ସମାଜସେବୀ ଆକାଶ ଆଦିତ୍ୟ ବେହେରା, ଶିଶୁ ସାହିତ୍ୟିକ ରମାକାନ୍ତ ବେହେରା, ଜଗନ୍ନାଥ ପଣ୍ଡା, ମୁରଲୀଧର ଦାସ,ଜଗନ୍ନାଥ ସାମଲ, ମା ମାଟିର ସମ୍ପାଦକ ବିନୋଦ ବାରିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଉତ୍କଳ ସମ୍ମିଳନୀ ଭଣ୍ଡାରିପୋଖରୀ ଶାଖାର ସଭାପତି ଭାବେ ପ୍ରକାଶ ମହାପାତ୍ରଙ୍କୁ ମନୋନୀତ କରାଯାଇଥିଲା ।


