ଭତ୍ତାକୁ ଅନାଇ ବସିଛନ୍ତି ବୃଦ୍ଧା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ସରକାରଙ୍କ ମାଳମାଳ ଯୋଜନା ହେଲେ ଅସହାୟ ନିଲିଙ୍କ ପାଇଁ ସଵୁ ଅପହଞ୍ଚ । ୭୪ ବର୍ଷ ବୟସରେ ମଧ୍ୟ ଭତାଟିଏ ହୋଇପାରୁ ନାହିଁ । ଅନେକ ବାର ପଞ୍ଚାୟତ ଓ ବ୍ଳକକୁ ଦଉଡି ଦଉଡି ନୟାନ୍ତ ହୋଇଗଲେଣି ହେଲେ କେହିବି ଦୁଖ ଶୁଣୁନାହାନ୍ତି । କୋହଭରା କଣ୍ଠରେ ଏଭଳି ପ୍ରକାଶ କରିଛନ୍ତି ଡି ନିଲି ପ୍ରଧାନ । ଜଗନ୍ନାଥପ୍ରସାଦ ବ୍ଳକ ପ୍ରତାପୁର ପଞ୍ଚାୟତ ମାଟିଆସାହିର ବାସିନ୍ଦା ନିଲି । ସ୍ୱାମୀ ମହାଦେବ ପ୍ରଧାନ ଙ୍କ ସହ ମିଶି ବୁଢାବୁଢି ଦୁଇ ପ୍ରାଣୀ ଗୋଟିଏ ଛୋଟ କୁଡିଆଘରେ ଜୀବନ କାଟୁଛନ୍ତି । ତିନି ପୁଅ ବିବାହ କରି ଯେ ଯା ବାଟରେ ରହୁଛନ୍ତି । ଜୀବନ ର ଶେଷକାଳରେ ଏବେ ଉଭୟ ଉଭୟଙ୍କ ପାଇଁ ପାଲଟିଛନ୍ତି ସାହାରା । କିଛି ଖଜୁରି ସଂଗ୍ରହ କରି ପଟି ବୁଣିଲେ ଯାହା ଆୟହୁଏ ଓ ରାସନକାର୍ଡରେ ମିଳୁଥିବା ସାମଗ୍ରୀରେ ଚଳୁଛି ସଂସାର । ନିଲିଙ୍କ ଅଣ୍ଟା ପଡିଯାଇଥିବା ବେଳେ ନଇଁ ନଇଁ କାଠଚୁଲିରେ କିଛି ରୋଷେଇ କରିବା ସହ ଗୃହକାର୍ଯ୍ୟ ସଂପୂର୍ଣ୍ଣ କରିଥାଆନ୍ତି । ଏଭଳି ପରିସ୍ଥିତିରେ ଆଉବା କେତେଦିନ ବଞ୍ଚିବେ ଜୀବନଯିବା ପୂର୍ବରୁ ଅନ୍ତତଃ ଭତାଟିଏ ହୋଇ ପାରିଥିଲେ ଯିବନର ଶେଷ ପର୍ଯ୍ୟାୟରେ ଟିକିଏ ସୁଖଶାନ୍ତିରେ କଟି ପାରନ୍ତା ବୋଲି ପ୍ରକାଶ କରିଛନ୍ତି । ବ୍ଳକ ପ୍ରଶାସନ ଏଥିପ୍ରତି ଟିକିଏ ନଜର ଦେବାକୁ ନେହୁରା ହୋଇଛନ୍ତି ।