ଭତ୍ତାଟଙ୍କା ପ୍ରଦାନ କୁ ନେଇ ସମୀକ୍ଷା ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ଆସନ୍ତା ଜୁନ ମାସରୁ ରାଜ୍ୟ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ବ୍ଲକ ର ୧୩ ହଜାର ୫୦୪ ଜଣ ହିତାଧିକାରୀ ପୂର୍ବଭଳି ପଞ୍ଚାୟତ ଅଫିସ୍ ରୁ ଭତ୍ତା ଟଙ୍କା ପାଇବେ।ଭତ୍ତାଟଙ୍କା ଆଣିବା ପାଇଁ ବୟସ୍କ ଓ ଲେଖାପଢ଼ା ଜାଣିନଥିବା ହିତାଧିକାରୀ ଙ୍କୁ ଆଉ ବ୍ୟାଙ୍କ କୁ ଯିବାକୁ ପଡିବ ନାହିଁ ।ତେବେ କେନ୍ଦ୍ରୀୟ ସାମାଜିକ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ନିମାପଡ଼ା ବ୍ଲକର ୧୧ ହଜାର ୫୪ ଜଣ ହିତାଧିକାରୀ ପୂର୍ବଭଳି ସେମାନଙ୍କର ଭତ୍ତା ଟଙ୍କା ବ୍ୟାଙ୍କ ରୁ ପାଇବେ । ଏ ନେଇ ସାମାଜିକ କଲ୍ୟାଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ଓ ବିଡ଼ିଓ ବସନ୍ତ କୁମାର୍ ମଲ୍ଲିକ ସୂଚନା ଦେଇଛନ୍ତି ।ଏହି ବ୍ଲକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରେ ମୋଟ ୨୪ ହଜାର ୫୫୮ ଜଣ ହିତାଧିକାରୀ ଅନ୍ତର୍ଭୁକ୍ତ ।ଏହି ହିତାଧିକାରୀ ଙ୍କ ବ୍ୟାଙ୍କ ଖାତାକୁ ସେମାନେଙ୍କ ଭତ୍ତା ଟଙ୍କା ପଠାଯାଉଥିଲା ।ଏହି ପରିପ୍ରେକ୍ଷୀରେ ଗୋପ ନିମାପଡ଼ା ନିର୍ବାଚନି ମଣ୍ଡଳୀର ଥିବା ବ୍ୟାଙ୍କ ଗୁଡିକ ରୁ ଜନସାଧାରଣ କିପରି ସଠିକ୍ ସେବା ପାଇ ପାରିବେ ଓ ସରକାରୀ ରିହାତି (ସବ୍ସିଡି) ଋଣ କିପରି ହିତାଧିକାରୀ ମାନେ ସୁବିଧାରେ ଓ ସଠିକ୍ ସମୟରେ ପାଇବେ ଏବଂ ସଠିକ୍ ସମୟରେ ଋଣ ପରିଶୋଧ କରିବେ ,ବାର୍ଦ୍ଧକ୍ୟ ଭତ୍ତା ହିତାଧିକାରୀ ମାନେ କିପରି ସଠିକ୍ ସମୟରେ ପାଇବେ ସେ ସମ୍ପର୍କରେ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ କରିଛନ୍ତି ନିମାପଡ଼ା ର ବିଧାୟକ ସମୀର ରଞ୍ଜନ ଦାଶ। ଯେଉଁ ମାନେ ଚାଲିବାକୁ ଅକ୍ଷମ ସେମାନଙ୍କ ପାଖରେ ବିଭାଗୀୟ ଅଧିକାରୀ ପହଞ୍ଚି ସେମାନଙ୍କ ଭତ୍ତା ପ୍ରଦାନ କରିବେ ବୋଲି ବିଧାୟକ ଉକ୍ତ ସମୀକ୍ଷା ବୈଠକ ରେ ସୂଚନା ଦେଇଛନ୍ତି ।ଏହି ବୈଠକରେ ବିଧାୟକ ସମୀର ରଞ୍ଜନ ଦାଶ ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ବିଡ଼ିଓ ବସନ୍ତ କୁମାର ମଲ୍ଲିକ,ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ ,ଗୋପ ସାଂସଦ ଙ୍କ ପ୍ରତିନିଧି ସୁକାନ୍ତ ମହାନ୍ତି , ଏ ଫ ଆଇ ସି ପୁରୀ ନୀଳାମ୍ବର ମହନ୍ତ ,ଡି ଡି ଏ ମ ପୁରୀ ବିଶ୍ଵ ଭୁଷଣ ମହାନ୍ତି , ଏ ଲ ଡି ଏ ମ ପୁରୀ କିଶୋର କୁମାର ଆଚାର୍ଯ୍ୟ ଙ୍କ ସମେତ ଉଭୟ ବ୍ଲକ ର ସମସ୍ତ ବ୍ୟାଙ୍କ ମିତ୍ର ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ