ଭଦ୍ରକ ନିର୍ବାଚନୀ ପ୍ରଚାରରେ ଷ୍ଟାର ପ୍ରଚାରକ

ଭଦ୍ରକ (ଯୁଗାବ୍ଦ ନ୍ୟୁଜ ) : ଭଦ୍ରକ ଜିଲ୍ଳା ରେ କଂଗ୍ରେସ ନିର୍ବାଚନ ପ୍ରଚାରରେ ଅଶୀ ଦଶକର ବଲିଉଡ୍ ଅଭିନେତା ରାଜବବୁର ହେଲିକେପ୍ଟର ଯୋଗେ ଭଦ୍ରକରେ ଓହ୍ଲାଇ କଂଗ୍ରେସ ପାଇଁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଛନ୍ତି । କଂଗ୍ରେସ ପକ୍ଷରୁ ଏକ ବିରାଟ ରୋଡ ସୋ କରାଯାଇଛି । ଏହି ରୋଡ ସୋ ରେ ଅଭିନେତା ଜଣକ ପୁରୁଣା ବଜାରରୁ ରୋଡ ସୋ ଆରମ୍ଭ କରି ସହର ପରିକ୍ରମା କରିବା ପରେ ପାର୍ଟି ଅଫିସର ପହଂଚିଥିଲେ । କଂଗ୍ରେସ ଭଦ୍ରକ ଜିଲ୍ଲାରେ ବିଜୟ ହାସଲ କରିବ ବୋଲି ଆଶା ବ୍ୟକ୍ତ କରିଛି । ବିଜେଡି ଓ ବିଜେପି ତରଫରୁ ପ୍ରାର୍ଥୀ ଗୁଡି୍କ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ