ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ଏନ.ଜି.ଓ ସମନ୍ନୟ ବୈଠକ ଅନୁଷ୍ଠିତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ଏକ ଜିଲ୍ଲାସ୍ତରୀୟ ଏନ.ଜି.ଓ ସମନ୍ନୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଡି.ଡି ପ୍ଲାନିଂ ( ଡି.ପି.ଏମ.ୟୁ ) ଶ୍ରୀକାନ୍ତ ଦଳେଇ ପ୍ରଶାସନ ସହ ଏନ ଜି ଓ ଙ୍କ ସହଯୋଗ ଓ ବିଭିନ୍ନ କ୍ଷେତ୍ର ରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀଙ୍କ ଭୂମିକାକୁ ଉଲ୍ଲେଖ କରି ସଭାକୁ ପରିଚାଳନା କରିଥିଲେ । ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଏନ.ଜି.ଓ ପ୍ରତିନିଧୀ ଓ ବିଭାଗୀୟ ଅଧିକାରୀଙ୍କୁ ସ୍ଵାଗତ କରି ସରକାରଙ୍କ ବିଭିନ୍ନ ସ୍କିମ ର ସଫଳ ରୂପାୟନ ଦିଗରେ ଏନ.ଜି.ଓ ମାନେ ବଳିଷ୍ଠ ସହଯୋଗ କରିଥାନ୍ତି ଏବଂ ତଳସ୍ତରରୁ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶାସନ କାର୍ଯ୍ୟକୁ ସଫଳ କରିଥାନ୍ତି ବୋଲି କହିଥିଲେ । ବୈଠକରେ ଏନ.ଜି.ଓ ପ୍ରତିନିଧୀ ଜିଲ୍ଲାରେ ଶିକ୍ଷାରୁ ବଞ୍ଚିତ ଏବଂ ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ଶିକ୍ଷାଦାନ , ଦୂରଦୂରାନ୍ତରୁ ପାଠ ପଢିବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ସୁବିଧା , ଦୁର୍ଗମ ଅଞ୍ଚଳରେ ସ୍କୁଲ ମାନଙ୍କ ମରାମତି , ଗମନାଗମନ ଉନ୍ନତି , ଅଧିକ ଛାତ୍ରାବାସ ନିର୍ମାଣ ଊପରେ ଗୁରୁତ୍ଵ ଦେଲେ ଶିକ୍ଷାର ଉନ୍ନତି ହୋଇପାରିବ ବୋଲି କହିଥିଲେ । ସେଭଳି ସ୍ଵାସ୍ଥ୍ୟକ୍ଷେତ୍ରରେ ଜିଲ୍ଲାରେ ଦୁର୍ଗମ ଅଞ୍ଚଳରେ ଏ.ଏନ.ଏମ ମାନଙ୍କ ପାଇଁ ଭଲ କ୍ଵାର୍ଟର ବ୍ୟବସ୍ଥା , ମୋ ଗୃହ , ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ମେଡିକାଲ ଷ୍ଟାଫଙ୍କ ଉପସ୍ଥିତି ସହ ବାଇକ ଆମ୍ବୁଲାନ୍ସ ଉପରେ କହିଥିଲେ । ଜ୍ଜିଲ୍ଲାରେ ଆଇ ଟି ଆଇ ଏବଂ ପଲିଟେକନିକ ଅନୁଷ୍ଠାନରେ ଜେଭଳି ଅଧିକରୁ ଅଧିକ ଝିଅ ଅନ୍ତର୍ଭୁକ୍ତ ହୋଇପାରିବେ ତା ଉପରେ ବିଶେଷ ଦ୍ରୁଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ୱାରା ଜିଲ୍ଲାରେ ମହିଳା ସଶକ୍ତିକରଣର ଉନ୍ନତି , ଏହାର ଗୁରୁତ୍ଵ , ଉତ୍ପାଦନ ଓ ବ୍ରାଣ୍ଡର ସୁଦୂର ପ୍ରଚାର ଉପରେ କାମ କରିବାକୁ ଜିଲ୍ଲାପାଳ ଏନ ଜି ଓ ମାନଙ୍କୁ କହିଥିଲେ । ସେଭଳି ରକ୍ତହୀନତା ଦୂର ପାଇଁ ଆଦିବାସୀ ଅଧିଷ୍ଠିତ ଅଞ୍ଚଳରେ ଏବଂ ଜିଲ୍ଲାରେ ଅନ୍ୟ ପ୍ରାନ୍ତରେ କିଶୋରୀମାନଙ୍କୁ ରାଶି ଲଡୁ ଓ ଅମଲା କ୍ୟାଣ୍ଡି ର ବ୍ୟବସ୍ଥା କରାଯାଇଛି ; ଏହା ଯେଭଳି ସମସ୍ତଙ୍କୁ ମିଳିପାରିବ , ତା ଉପରେ ପୁଷ୍ଟି ଦେବାକୁ ଜିଲ୍ଲାପାଳ କହିଥିଲେ । ବାଲ୍ୟବିବାହକୁ ରୋକିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ଜିଲାପାଳ କହିଥିଲେ । ଏନ ଜି ଓ ପ୍ରତିନିଧୀ ମାନେ ନିଜ ନିଜ ଅଞ୍ଚଳରେ ଶିକ୍ଷା , ସ୍ୱାସ୍ଥ୍ୟ , ଶିଶୁ ସୁରକ୍ଷା , ବାଲ୍ୟବିବାହର ପ୍ରତିକାର , ମହିଳା ସଶକ୍ତିକରଣ , ଟୀକା କାରଣ , କୃଷି , ଦିବ୍ୟାଙ୍ଗ ଚିହ୍ନଟ ଓ ଜୀବିକା ନିର୍ବାହ ଉପରେ ଯେଉଁ କାର୍ଯ୍ୟ କରୁଛନ୍ତି ତାହାକୁ ବ୍ୟାପକ କରିବାକୁ ଓ ସଚେତନତା ଆଣିବାକୁ କହିଥିଲେ । ବୈଠକରେ କର୍ତ୍ତବ୍ୟ , ସେବାଜଗତ , ଅନ୍ତୋଦୟ , ସଂକଳ୍ପ , ଦାପ୍ତା , ମହାଶକ୍ତି , ଚାଇଲ୍ଡ ଫର ଇଣ୍ଡିଆ , ସହଯୋଗ , ସାଇଟ ସେଭରସ , ସଂଗ୍ରାମ , ଲୁଥରନ ୱାର୍ଲ୍ଡ ସର୍ଭିସର ପ୍ରତିନିଧୀମାନଙ୍କ ସହ ଡି.ଇ.ଓ , ସି.ଡି.ଏମ.ଓ , ଡି.ଏସ.ଡବ୍ଲୁ.ଓ , ଡି.ସି.ପି.ଓ , ଡି.ପି.ଏସ ( ଓ.ଏଲ.ଏମ ) , ସି.ଡି.ଏ.ଓ , ଡି.ଡି.ଏଚ , ଡି.ଏସ.ଏସ.ଓ , ଡି.ଆଇ. ପି.ଆର.ଓ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ