ଭବ୍ୟ ଶ୍ରୀରାମମନ୍ଦିର ପ୍ରତିଷ୍ଠା ଉତ୍ସବ

ନିମାପଡା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ଭୋଦର ପଞ୍ଚାୟତ ର ନୂଆଗାଁ ଗ୍ରାମ ରେ ଆଜି ବିଜୟା ଦଶମୀ ଅବସର ରେ ଏକ ଭବ୍ୟ ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ହୋଇ ଯାଇଛି। ଆତ୍ମାରାମ ବାଳାଶ୍ରମ ର ମୁଖ୍ୟ ପରିଚାଳକ ମହନ୍ତ ଗଣେଷ ବାବା ଙ୍କ ତତ୍ତ୍ଵ।ବଧାନ ରେ ମନ୍ଦିର ର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ନୂଆଦିଲ୍ଲୀ ସ୍ଥିତ କେନ୍ଦୀୟ ସଚିବା ଳୟ ର ଜୟଣ୍ଟ ସେକ୍ରେଟାରୀ ବସନ୍ତ କୁମାର ମହନ୍ତ ଓ ଶ୍ରୀମତୀ ଉତ୍କଳିକା ମହନ୍ତ ଅତିଥିଭାବେ ଯୋଗଦେଇ ନୂତନ ଭବ୍ୟ ମନ୍ଦିର କୁ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବ ରେ ଆଇଆରଏସ ଚନ୍ଦ୍ରକାନ୍ତ ଦଳାଇ, ସମାଜସେବୀ ଲକ୍ଷ୍ମୀଧର ନାୟକ, କୃଷକ ନେତା ସନାତନ ପାତ୍ର, ପ୍ରଫେସର ଗୋପୀନାଥ କର, ବାଦଲ ଖାନ, ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ବାହିନିପତି ପ୍ରମୁଖ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ କୁ ପରିଚାଳନା କରିଥିଲେ। ଶେଷରେ ପ୍ରାୟ ୪୦୦ ଲୋକ ପ୍ରସାଦ ସେବନ କରିଥିଲେ। ଶ୍ରୀ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ସମଗ୍ର ନୂଆଗାଁ ଗ୍ରାମ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ