ଭରତପୁର ଗ୍ରାମରେ ପାଗଳା ମାଙ୍କଡ ଆକ୍ରମଣରେ ୧୦ ଆହତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମରେ ଗତ ଦୁଇଦିନ ହେବ ଏକ ପାଗଳା ମାଙ୍କଡ ଆକ୍ରମଣରେ ୧୦ରୁ ଉର୍ଦ୍ଧ୍ୱ ଯୁବକ ଓ ଲୋକମାନେ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେହି ମାଙ୍କଡଟି ଭରତପୁର ଗ୍ରାମ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଆକ୍ରମଣ କରିବା ସହ କାମୁଡି ଲହୁଲୁହାଣ କରିଦେଉଛି । ସେହି ରାସ୍ତାରେ ଲୋକମାନେ ଯିବାକୁ ଭୟ କରୁଛନ୍ତି । ଏସମ୍ପର୍କରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଜଙ୍ଗଲ ବିଭାଗରେ ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ଏଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ