ଭରତପୁର ପଂଚାୟତରେ ୬୫ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର
କେନ୍ଦ୍ରାପଡା : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଂଚାୟତରେ ଏକ ୬୫ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର (ପର୍ଯ୍ୟବେକ୍ଷଣ ଗୃହ) ଖୋଲାଯାଇଛି । ପଂଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷା ଶ୍ରମ ପରିସରରେ ସରପଂଚ ଜୀନତପ୍ରିୟଦର୍ଶିନୀ ରାଉତଙ୍କ ତତ୍ୱାବଧାନରେ ୮ଟି ଶ୍ରେଣୀଗୃହରେ ୬୫ଟି ଶଯ୍ୟା ପ୍ରସ୍ତୁତ କରି ରଖାଯାଇଛି । ଏଥିସହିତ ଶିକ୍ଷାଶ୍ରମ ପରିସରରେ ୧୭ଟି ପାଇଖିନା, ୬ଟି ପରିଶ୍ରାଗାର, ପିଇବା ପାଇଁ ଆକୁଆଗାର୍ଡ ପାଣି ମଧ୍ୟ ପ୍ରସ୍ତୁତ ରଖାଯାଇଥିବା ସରପଂଚ ଶ୍ରୀମତୀ ରାଉତ ସୂଚନା ଦେଇଛନ୍ତି ।