ଭରତପୁର ବାଳିକା ଉଚ୍ଚବିଦ୍ୟାଳୟର କର୍ମଚାରୀ ଗୋକୁଳାନନ୍ଦ ବେହେରାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ବାଳିକା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ଗୋକୁଳା ନନ୍ଦ ବେହେରାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପରିଚାଳନା କମିଟି ସଭାପତି ଶିବ ପ୍ରସାଦ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଭ୍ୟ ଆଇନିଜୀବୀ ପ୍ରବୋଧ କୁମାର ଦାସ, ସୁନାକର ରାଉତ , ବିଜୟ କୁମାର ଦାସ, ବୈରାଗୀ ଚରଣ ସାହୁ, ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ମହାନ୍ତି (ପୀରଭାଇ) ଅନୁଷ୍ଠାନର ପ୍ରଧାନ ଶିକ୍ଷୟତ୍ରୀ ମଂଜୁଲତା ପରିଡା, ବିଜୟ ରଶ୍ମି ମହାପାତ୍ର, ସାବିତ୍ରୀ ସାମଲ, ପ୍ରଭାତ ନଳିନୀ ଦାସ, ନାରାୟଣ ପଣ୍ଡା, ଖଗେଶ୍ୱର ମଲ୍ଲ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶ୍ରୀ ବେହେରାଙ୍କ ଅନୁଷ୍ଠାନ ପ୍ରତି ତାଙ୍କର ନିଷ୍ଠାପରତା ଉପରେ ଆଲୋକପାତ କରିଥିଲେ । ଏହି ଅସରରେ ଅନୁଷ୍ଠାନ ପକ୍ଷରୁ ଶ୍ରୀ ବେହେରାଙ୍କୁ ଉତ୍ତରୀୟ, ନୂତନ ବସ୍ତ୍ର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ସଂଗୀତ ନିର୍ଦ୍ଧେଶକ ସତ୍ୟପ୍ରିୟ ଦାସ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।


