ଭରସାମ୍ୟ ହରାଇ ତଳକୁ ଖସିଲା କାର ହୁଣ୍ଡା ସୋରୁମ ମ୍ୟାନେଜର ମୃତ୍ୟୁ

ଗଞ୍ଜାମ, (ବିନୋଦ ପଲାଇ):ଭରସାମ୍ୟ ହରାଇ ଏକ କାର (OD05AM 8690) ତଳକୁ ଖସିଯାଇଥିଲା l ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଆହତ ହୋଇଛନ୍ତି l ଘଟଣା ଘଟିଛି ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥ (୧୬)ର ଲକ୍ଷ୍ମୀ ଢ଼ାବା ସମ୍ମୁଖରେ l ମୃତକ ହେଲେ ଭୁବନେଶ୍ୱର ହୁଣ୍ଡା ସୋରୁମ ମ୍ୟାନେଜର ସୁଶାନ୍ତ ମିଶ୍ର l ଗୁରୁତର ଆହତ ହେଲେ ଜୟ ଅଗ୍ରୱାଲ l ଆଜି ହୁଣ୍ଡା ସୋଇରୁମର ମ୍ୟାନେଜର ସୁଶାନ୍ତ ମିଶ୍ର ଓ ଜୟ ଅଗ୍ରୱାଲ ଭୁବନେଶ୍ୱର ଅଭିମୁଖେ କାରଯୋଗେ ଯାଉଥିବା ବେଳେ ଭାରସ୍ୟାମ ହରାଇ ଜାତୀୟରାଜପଥ(୧୬)ର ରମ୍ଭା ନିକଟରେ ରାସ୍ତା ତଳକୁ ଖସି ପଡ଼ିଥିଲେ l ଖବର ପାଇ ରମ୍ଭା ଆଇଆଇସି କୁମାର ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇ ମେଡିକାଲ ଓ ମୃତକଙ୍କ ଶବ ବ୍ୟବଛେଦ ପାଇ ପଠାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ