ଭଲ ନୁହେଁ ଅତ୍ୟଧିକ ଗ୍ରୀନ୍ ଟି

କିଛି ବର୍ଷ ହେଲାଣି ଗ୍ରୀନ ଟିର ପ୍ରଚଳନ କରାଯାଇଛି । ଓଜନ କମାଇବାରେ ସାହାଯ୍ୟ କରୁଥିବା ଗ୍ରୀନ୍ ଟି ଏକ ଲୋକପ୍ରିୟ ପାନୀୟ ପାଲଟିଯାଇଛି । ଏହାକୁ ଏକ ଉପାଦେୟ ହର୍ବାଲ ପାନୀୟ ଭାବେ ଗଣନା କରାଯାଏ । ତେବେ କମ୍ ଲୋକ ଏହା ଜାଣିଥିବେ ଯେ ଅଧିକ ମାତ୍ରାରେ ଗ୍ରୀନ ଟି ପିଇଲେ ଶରୀର କ୍ଷତି ହୋଇଥାଏ ।
ଗୋଟିଏ ଦିନରେ ଦୁଇ କପ୍‌ରୁ ଅଧିକ ଗ୍ରୀନ୍ ଟି ପିଇଲେ ଶରୀର ପ୍ରତି କ୍ଷତିକାରକ ହୋଇଥାଏ । ଗ୍ରୀନ୍ ଟି ରେ ଟୋନିନ୍ସ ନାମକ ଏକ ତତ୍ତ୍ୱ ରହିଛି । ତେଣୁ ଅଧିକ ମାତ୍ରାରେ ଗ୍ରୀନ ଟି ପିିଇଳେ ମୁଣ୍ଡ ବିନ୍ଧେ, ପେଟ ଦରଜ ହୁଏ, ଏସିଡିଟି ଓ ଝାଡାବାନ୍ତି ସହିତ କୋଷ୍ଠକାଠିନ୍ୟ ମଧ୍ୟ ହୋଇଥାଏ ।
ଖାଲି ପେଟରେ ଗ୍ରୀନ୍ ଟି ପିଇବା ଅଧିକ ବିପଦ ।
ଅଧିକ ମାତ୍ରାରେ ଗ୍ରୀନ୍ ଟି ପିଇଲେ ରାତିରେ ନିଦ ହୁଏ ନାହିଁ । ରାତିରେ ଭଲ ନିଦ ନ ହେଲେ ଅନ୍ୟ ରୋଗ ହେବାର ଆଶଙ୍କା ବଢ଼ିଯାଏ ।
ହୃତ୍‌ପିଣ୍ଡ ପାଇଁ ଭଲ ନୁହେଁ ମାତ୍ରାଧିକ ଗ୍ରୀନ୍ ଟି ସେବନ । ଅଧିକ ଗ୍ରୀନ୍ ଟି ପିଇଲେ ହୃତପିଣ୍ଡ ଜଡିତ ଅନେକ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ ।
ଗର୍ଭବତୀ ମହିଳାମାନଙ୍କୁ ଗ୍ରୀନ ଟି ନ ପିଇବା ପାଇଁ ପରାମର୍ଶ ଦିଆଯାଏ । କାରଣ ଏହା ଦ୍ୱାରା ଗର୍ଭପାତର ଆଶଙ୍କା ରହିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ