ଭଲ ଫସଲ ଅମଳ ପାଇଁ ସନ୍ଧି ବାରଣ ପୂଜା

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର କୃଷକ ମହାସଭା ପକ୍ଷରୁ କୃଷି ସମ୍ପର୍କିତ ସନ୍ଧି ବାରଣ ପୂଜା ବିଗତ ବର୍ଷଗୁଡିକ ପରି ଚଳିତ ବର୍ଷ ମଧ୍ୟ ପରମ୍ପରା ଅନୁସାରେ ପାଳିତ ହୋଇଯାଇଛି। ଏହି ପାରମ୍ପରିକ ପୂଜା କରିବା ଦ୍ୱାରା କ୍ଷେତରେ ଭଲ ଫସଲ ହେବ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଅକ୍ଟୋବର ୨୧ ତାରିଖରେ ଅନୁଷ୍ଠିତ ସନ୍ଧି ବାରଣ ପୂଜା ଉପଲକ୍ଷେ ବିଭିନ୍ନ ସାହିର ସଂକୀର୍ତ୍ତନ ଦଳ ସହ ମହିଳାମାନେ ପଣା ଓ ଗଜାମୁଆଁ ଧରି ନଗର ପରିକ୍ରମା କରି ସାରିବାପରେ ମାଁ ଗ୍ରାମଦେବୀଙ୍କ ନିକଟରେ ଅର୍ପଣ କରିଥିଲେ। ଶେଷରେ ଗ୍ରାମ ଚାରି ଦିଗର ସୀମାରେ ଧ୍ବଜା,ପଣା ଓ ଗଜାମୁଆଁ ନେଇ ସନ୍ଧି ବାରଣ ପୂଜା ପୁରୋହିତ ପ୍ରଦ୍ୟୁମ୍ନ ଖଡଙ୍ଗାଙ୍କ ଦ୍ଵାରା ସମ୍ପାଦନ ହୋଇଥିଲା। ଏହି ପୂଜା କାର୍ଯ୍ୟକ୍ରମକୁ ଗ୍ରାମ ସଭାପତି ତଥା ସରପଞ୍ଚ ପୂର୍ଣଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ କୈଳାଶ ପ୍ରଧାନ, ମହେନ୍ଦ୍ର କୁମାର ପଣ୍ଡା, ଖଲି ପରିଡା,ରତ୍ନାକର ମହାରଣା, ଜି.ଅଭୟ ପାତ୍ର, ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ,ଯୋଗୀ ବାଡ଼ତ୍ୟା, କାହ୍ନୁ ଚରଣ ବାଡ଼ତ୍ୟା ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ