ଭଲ ବର୍ଷା ପାଇଁ ୪୧ ଯଜ୍ଞ
ଗୁଜରାଟରେ ପ୍ରଚଣ୍ଡ ଖରା ଯୋଗୁଁ ଜଳସମ୍ପଦ ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି । ଏବେ ଗୁଜରାଟ ସରକାର ଚଳିତ ବର୍ଷ ଭଲ ବର୍ଷା ହେବା ପାଇଁ ଦୈବୀ ହ୍ତକ୍ଷେପ ଲୋଡ଼ିଛନ୍ତିି । ଭଗବାନ୍ ଇନ୍ଦ୍ର ଓ ଭଗବାନ୍ ବରୁଣଙ୍କୁ ସନ୍ତୁଷ୍ଟ କରିବା ଲାଗି ଆସନ୍ତା ୩୧ ତାରିଖ ଦିନ ଗୁଜରାଟର ୩୩ଟି ଜିଲ୍ଲା ଏବଂ ଟି ମୁଖ୍ୟ ସହରରେ ୪୧ଟି ପର୍ଜାନ୍ୟ ଯଜ୍ଞ କରାଇବାକୁ ସ୍ଥିର କରିଛନ୍ତି ବିଜୟ ରୁପାନି ନେତୃତ୍ୱାଧୀନ ବିଜେପି ସରକାର । ଏହା ବ୍ୟତୀତ ଗୁଜରାଟ ସରକାର ମାସେ ହେବ ଚଳାଇଥିବା ‘ସୁଜଳାମ୍ ସୁଫଳାମ୍ ଜଳ ଅଭିଯାନ’ର ଉଦ୍ଯାପନ ଏହି ଯଜ୍ଞାନୁଷ୍ଠାନ ଦ୍ୱାରା କରାଯିବ । ଆଗାମୀ ମୌସୁମୀରେ ଅଧିକ ଜଳ ଅମଳ କରିବାକୁ ଏହି ଅଭିଯାନରେ ନଦୀ, ହ୍ରଦ, ପୁଷ୍କରିଣୀ, ନାଳ ଆଦିରୁ ପଙ୍କୋଧାର କରିବା ସହ ଗହୀରିଆ କରାଯାଇଛି । ଗତ ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଯଜ୍ଞନୁଷ୍ଠାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଚଳିତ ବର୍ଷ ଗ୍ରୀଷ୍ମରେ ଗୁଜରାଟରେ ଜଳସଙ୍କଟ ଅତି ଉକ୍ରଟ ହୋଇଛି । ସମଗ୍ର ଗୁଜରାଟରେ ଥିବା ୨୦୪


