ଭାଇଙ୍କ କଥା ଲୁଚାଉଛନ୍ତି ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସାନ ଭାଇ ସିଦ୍ଧାର୍ଥ ଚୋପ୍ରା ଯଦିଓ ଅଭିନୟ ଜଗତରେ ପାଦ ଥାପିନାହାନ୍ତି, କିନ୍ତୁ ପ୍ରଯୋଜନା କ୍ଷେତ୍ରରେ ସେ ଏକ ଜଣାଶୁଣା ନାମ । ଆଗାମୀ ଚଳଚ୍ଚିତ୍ରରେ ‘ଦ ସ୍କାଏ ଇଜ୍ ପିଙ୍କ୍’ ର ପ୍ରଚାର ପାଇଁ ମୁମ୍ବାଇ ଆସିଥିବା ପ୍ରିୟଙ୍କା ପ୍ରାୟ ୧ ମାସ ତଳେ ଏକ ସାକ୍ଷାତକାରରେ କହିଥିଲେ ସାନ ଭାଇର ବିବାହ ପାଇଁ ସେ ପୁଣି ମୁମ୍ବାଇ ଆସିବେ । ଏ ପାଖେ କିନ୍ତୁ ସିଦ୍ଧାର୍ଥଙ୍କ ନିର୍ବନ୍ଧ ଭାଙ୍ଗି ଯାଇଛି । ନିଜ ଘନିଷ୍ଠ ବନ୍ଧୁ ଈଶିତାଙ୍କ ସହ ସିଦ୍ଧାର୍ଥ କିଛି ମାସ ତଳେ ଧୁମ୍ଧାମରେ ନିବର୍ନ୍ଧ କରିଥିଲେ । ହଠାତ୍ କଣ ହେଲା କେଜାଣି ଦୁହିଁଙ୍କ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । ଏ ବାବଦରେ ପ୍ରିୟଙ୍କାଙ୍କ ମା ମଧୁ ଚୋପ୍ରା କହିଛନ୍ତି ପିଲାମାନେ ଆପୋଷ ବୁଝାମଣାରେ ନିଷ୍ପତ୍ତି ନେଇଛନ୍ତି । ଚଳଚ୍ଚିତ୍ରରେ ପ୍ରଚାର ଅବସରରେ ପ୍ରିୟଙ୍କାକୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି ସିଦ୍ଧାର୍ଥ ନିଜେ ଏହି ଘଟଣା ସମ୍ପର୍କରେ ଭଲ ଭାବେ କହିପାରିବେ । ସିଦ୍ଧାର୍ଥ ଏବେ ଦକ୍ଷିଣ ଜଗତର ଅଭିନେତ୍ରୀ ନିଲମ ଉପାଧ୍ୟାୟକୁ ବିବାହ କରିବେ ବୋଲି ଶୁଣାଯାଉଛି । ଅବଶ୍ୟ କଥାର ସତ୍ୟାସତ୍ୟ ପ୍ରମାଣିତ ହୋଇନାହିଁ । ଏହା ପୂର୍ବରୁ ମଧ୍ୟ ସିଦ୍ଧାର୍ଥ ଓ ତାଙ୍କ ବନ୍ଧୁଙ୍କ ଭଉଣୀ କନିକା ମାଥୁରଙ୍କ ନିବିଡ଼ତା ବଢ଼ିଥିଲା । ଏପରିକି ଦୁହିଁଙ୍କ ବିବାହ ତାରିଖ ଓ ଡେଷ୍ଟିନେସନ ୱେଡ଼ିଂର ସ୍ଥାନ ସ୍ଥିର ହୋଇଯାଇଥିଲା । ଏ ସମ୍ପର୍କ ମଧ୍ୟ ମାସ କେଇଟାରେ ଭାଙ୍ଗି ଯାଇଥିଲା । ଦେଖାଯାଉ, ପ୍ରିୟଙ୍କାଙ୍କ ଭାଇଙ୍କ ବିବାହ କେବେ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ