ବିନାୟକ ମହାବିଦ୍ୟାଳୟରେ ଆଲୋଚନା ଚକ୍ର

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍): ଶନିବାର ଦିନ ସ୍ଥାନୀୟ ହରିଡ଼ାଖଣ୍ଡିସ୍ଥିତ ବିନାୟକ ମହାବିଦ୍ୟାଳୟରେ ପ୍ରାଣୀ ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସଭା । ଶିକ୍ଷା ବର୍ଷ ୨୦୧୯-୨୦ ର ପାଠଚକ୍ରର ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରମିଳା ଖାଡ଼ଙ୍ଗା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅଧ୍ୟକ୍ଷା ମହୋଦୟାଙ୍କ ସଭାପତିତ୍ୱରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସ୍ଥାନୀୟ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଅଧ୍ୟାପକ ଶ୍ରୀ ସୁନୀଲ କୁମାର ରାଠୋର, ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ, ଡ଼.ଆନନ୍ଦ ସେଠୀ, ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡ଼.ମଧୁସ୍ମିତା ଦାଶ, ସେମିନାରର ସମ୍ପାଦକ ସଂକେତ କୁମାର ଦାଶ ମଞ୍ଚାସୀନ ଥିଲେ । ବିଭାଗୀୟ ଛାତ୍ର ସଂଗ୍ରାମ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ବିଭାଗୀୟ ମୁଖ୍ୟ ଡ଼.ଦାଶ ଅତିଥିମାନଙ୍କ ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ । ସେମିନାରର ସମ୍ପାଦକ ସଂକେତ କୁମାର ଦାଶ ବାର୍ଷିକ ସେମିନାରର ବିବରଣୀ ପାଠ କରିଥିଲେ । ଏମଜିଂ ଭାଇରାଲ୍ ଇନ୍ଫେକ୍ସନ ଡ଼୍ୟୁ ଟୁ କ୍ଳାଇମେଟ୍ ଚେଇଞ୍ଜ ଶୀର୍ଷକ ଆଲୋଚନା ଚକ୍ରକୁ ମୁଖ୍ୟ ବକ୍ତା ଶ୍ରୀ ରାଠୋର ଅତି ସରଳ ଭାବେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନ କରିଥିଲେ । ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଜୀବନର ଲକ୍ଷ୍ୟ ସାଧନ କରିବାକୁ ହେଲେ କଠିନ ପରିଶ୍ରମ ସାଙ୍ଗକୁ ଉତ୍ତମ ଚରିତ୍ରବାନ୍ ହେବାକୁ ପଡ଼ିବ ବୋଲି ମତପ୍ରକାଶ କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ । ଶେଷରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଛାତ୍ରୀ ଅଙ୍କିତା ପ୍ରିୟଦର୍ଶିନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ