ଭାକପା ମାଓବାଦୀର ୨୫ ଲକ୍ଷ ପୁରସ୍କାର ଘୋଷିତ କମାଣ୍ଡର ଗିରଫ

ରାଂଚି, (ୱାଇଏନ୍‌ଏସ୍‌): ହଜାରୀବାଗ ପୋଲିସ ଭାକପା ମାଓବାଦୀର ୨୫ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରା ଯାଇଥିବା କମାଣ୍ଡର ପ୍ରଦୁମନ ଶର୍ମାକୁ ଗିରଫ କରିଛି । ପ୍ରଦୁମନ ଶର୍ମା ସ୍ପେଶାଲ ଏରିଆ କମିଟିର ସକ୍ରିୟ ସଦସ୍ୟ । ତା’ ଉପରେ ଝାଡ଼ଖଣ୍ଡ ସରକାର ୨୫ ଲକ୍ଷ ଏବଂ ବିହାର ସରକାର ୫୦ ହଜାରର ପୁରସ୍କାର ଘୋଷଣା କରିଥିଲା । ହଜାରୀବାଗ ଏସ୍‌ପି ମନୋଜ ରତନ ଚୌଥେ କହିଛନ୍ତି ଯେ ଗୁପ୍ତ ସୂଚନା ମିଳିଥିଲା ଯେ ଭାକପା ମାଓବାଦୀର ବରିୟ କମାଣ୍ଡର ପ୍ରଦୁମନ ଶର୍ମା ନିଜ ଦସ୍ତା ସଦସ୍ୟଙ୍କ ସହିତ ଚୌପାରଣ ଥାନାର ଦାସୀ କରମା, କୋଠୋ, ବୁକାଡ, ଗରମୋରବା, ପସ୍ତଲ ଗଡ଼ବା ଅଂଚଳରେ ଭ୍ରମଣଶୀଳ ଥିଲା । ସୂଚନା ପରେ ଏଏସ୍‌ପି ଅଭିୟାନ ନିଗମ ପ୍ରସାଦଙ୍କ ନେତୃତ୍ୱରେ ସିଆରପିଏଫ୍‌ର ସହାୟକ ସମାଦେଷ୍ଟା ଅଜିତ କୁମାର ଦୁର୍ଗେଶ କୁମାର ଏବଂ ଅନୁମଣ୍ଡଳ ପୋଲିସ୍ ପଦାଧିକାରୀ ମନୋଜ କୁମାର ସହିତ ଅନ୍ୟ ସଶସ୍ତ୍ରବଳ ସଂଯୁକ୍ତ ରୂପରେ ସର୍ଚ୍ଚ ଅଭିଯାନ ଚଳେଇଛନ୍ତି ।ସର୍ଚ୍ଚ ଅଭିଯାନ ସମୟରେ କୋଠୋ ଗାବ ଡୁମର ପହାଡ଼ରୁ ସଶସ୍ତ୍ରବଳ ତଳକୁ ଆସୁଥିବା ସମୟରେ ନାଳ ପଟୁ ବେବରାଟାଣ୍ଡର ଆଡ଼କୁ ଦୁଇଜଣ ବ୍ୟକ୍ତିଙ୍କୁ ଆସିବା ଦେଖାଗଲା । ଦୁଇ ବ୍ୟକ୍ତି ପୋଲିସକୁ ଦେଖି ଦୌଡ଼ିବାକୁ ଲାଗିଲେ । ଦୌଡ଼ିବା ସମୟରେ ଜଣକୁ ପୋଲିସ୍ ଟିମ୍ ଧରିବାବେଳେ ଅନ୍ୟଜଣେ ବ୍ୟକ୍ତି ଜଙ୍ଗଲର ଫାଇଦା ଉଠାଇ ଖସିଯିବାରେ ସଫଳ ହୋଇଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ