ଭାଗବତପୁର ପଂଚାୟତର ବିଭିନ୍ନ ଗ୍ରାମରେ ମାସ୍କ ଓ ବ୍ଲିଚିଂ ପାଉଡର ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଂଚାୟତର ବିଭିନ୍ନ ଗ୍ରାମରେ ମାସ୍କ ଓ ବ୍ଲିଚିଂ ପାଉଡର ବଂଟନ କାର୍ଯ୍ୟ ଆରମ୍ଭ କରାଯାଇଛି । ସରପଂଚ ଧରଣୀଧର ଦାସ,ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ,ସମାଜସେବୀ ଖଗେଶ୍ୱର ସ୍ୱାଇଁ,ମାନସ ଦାସ,ନାରାୟଣ ସ୍ୱାଇଁ,ନିରଞ୍ଜନ ଜେନା,ଅଭିମନ୍ୟୁ ଜେନା,ବସନ୍ତ ଜେନା,ମନୋଜ କୁମାର ରଣା,ନରେଶ ଚନ୍ଦ୍ର ପତି,ବାଲିଆ ହାଇସ୍କୁଲ ଶିକ୍ଷକ ରାଜ କିଶୋର ରାଉତଙ୍କ ସମେତ ବିଭିନ୍ନ ୱାର୍ଡ ସଭ୍ୟସଭ୍ୟାମାନେ ପଂଚାୟତର ବିଭିନ୍ନ ଗ୍ରାମରେ ବୁଲି ଲୋକମାନଙ୍କୁ ମାସ୍କ ବଂଟନ କରିବା ସହିତ ଗ୍ରାମ ଗୁଡିକରେ ଥିବା ନଳକୂପ ଓ ଡ୍ରେନ ପାଖରେ ବ୍ଲିଚିଂ ପକାଇ ସେହିସବୁ ସ୍ଥାନକୁ ସାନିଟାଇଜ କରିଥିଲେ । ଏହି କାର୍ଯ୍ୟକ୍ରମ ସାରା ପଂଚାୟତର ପ୍ରତ୍ୟେକ ଗ୍ରାମରେ କରାଯିବାକୁ ନିଷ୍ପତି ନିଆଯାଇଛି ।