ଭାଗବତପୁର ପଂଚାୟତ ଅଗ୍ନିବିପନ୍ନଙ୍କୁ ବିଧାୟକଙ୍କ ସହାୟତା ପ୍ରଦାନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଭାଗବତପୁର ପଂଚାୟତର ଶ୍ୟାମସୁନ୍ଦରପୁର(କିଜଙ୍ଗପଡା) ଗ୍ରାମର ପଦ୍ମ ଚରଣ ରାଉତଙ୍କ ଘରଟି ବଜ୍ରପାତରେ ସଂପୂର୍ଣ୍ଣ ପୋଡିଯିବା ସହ ଘର ଭିତରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଏ ସମ୍ପର୍କରେ ଖବର ପାଇ ତାଙ୍କ ବ୍ଲକ ପ୍ରତିନିଧି ଶିବ ପ୍ରସାଦ ଭଳଙ୍କୁ ସେଠାକୁ ପଠାଇ ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଏଥିସହିତ ଜିଲ୍ଲାପାଳ, ତହସିଲଦାର ଓ ବିଡିଓଙ୍କ ସହ ଟେଲିଫୋନରେ କଥା ହୋଇ ସଂପୃକ୍ତ ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବାକୁ ପରାମର୍ଶ ଦେଇଛନ୍ତି । ଆର୍ଥିକ ସହାୟତା ପ୍ରଦାନ ସମୟରେ ଶ୍ରୀ ଭଳଙ୍କ ସହିତ ଭାଗବତପୁର ପଂଚାୟତ ସମିତିସଭ୍ୟ ଧିରେନ୍ଦ୍ର ନାଥ ସ୍ୱାଇଁ, ବସନ୍ତ ଜେନା, ସୁବାଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।