ଭାଗବାନପୁର ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା
ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଭାଗବାନପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସେପ୍ଟେମ୍ବର ୨୧ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଯୋଗଦେଇ ମେଳାକୁ ଉଦଘାଟନ କରିଥିବା ବେଳେ ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମିଶ୍ର ଅଧ୍ୟକ୍ଷତା କରିଥିଲେ। ସମ୍ମାନୀତ ଅତିଥି ଭାବେ ବୁଦ୍ଧଗିରି ବିଦ୍ୟାପୀଠର ଶିକ୍ଷକ ନିରଞ୍ଜନ ପ୍ରଧାନ, ସିଆରସିସି ଆଶୁତୋଷ ମିଶ୍ର, ଏସଏମସି ସଭାପତି ମାନସ କୁମାର ପ୍ରଧାନ, ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରାୟ, କମିଟି ସଭ୍ୟ ଲକ୍ଷ୍ମୀଧର ଗୌଡ଼ ଓ ଦୁଃଖିଶ୍ୟାମ ସାହୁ, ଏବଂ କମିଟି ସଭ୍ୟା ଭାଗ୍ୟଲକ୍ଷ୍ମୀ ମହାରଣା ଯୋଗଦେଇଥିଲେ। ଅତିଥି ବୃନ୍ଦ ବିଦ୍ୟାଳୟର ୧୮୨ ଜଣ ଛାତ୍ରଛାତ୍ରୀଙ୍କୁ ୨୧-୨୨ ଶିକ୍ଷା ବର୍ଷର ଦୁଇ ହଳ ପୋଷାକ, ଏକ ହଳ ଜୋତା ଓ ମୋଜା ଏବଂ ୨୦-୨୧ ଶିକ୍ଷା ବର୍ଷର ଏକ ହଳ ପୋଷାକ ବଣ୍ଟନ କରିଥିଲେ। ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷକ ରାମଚନ୍ଦ୍ର ସାସମାଲ, ଗଗନ ବିହାରୀ ପାଇକରାୟ, ବ୍ରହ୍ମାନନ୍ଦ ନାୟକ, ଓ ପ୍ରକାଶ ଚନ୍ଦ୍ର ପ୍ରଧାନ ଏବଂ ସହକାରୀ ଶିକ୍ଷୟିତ୍ରୀ ରଶ୍ମୀ ରାଣୀ ଦେବୀ, ଶାଲୀଳା କୁମାରୀ ରଥ, ନିରୂପମା ମହାପାତ୍ର, ବୈଶାଳିନୀ ଦେଇ ଓ ମାନସୀ ରାଣୀ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।