ଭାଗବାନପୁର ଗ୍ରାମରେ ବଜ୍ରପାତରେ ଜଣେ ମୃତ୍ୟୁ

ବୁଗୁଡା, (ଅନିଲ ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ତହସିଲ ଅନ୍ତର୍ଗତ ଭଗବାନପୁର ଗ୍ରାମାର ଚିତ୍ରସେନ ସାହୁ(୪୦)ଙ୍କ ବଜ୍ରପାତରେ ମୃତ୍ୟୁ ହୋଇଥିବା ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି। ଘଟଣାରୁ ଜଣାପଡ଼ିଛିଯେ ଭାଗବାନପୁର ଗ୍ରାମର ଦାଶରଥି ସାହୁଙ୍କ ପୁଅ ଚିତ୍ରସେନ ସାହୁ ନିଜର ବଳଦ ଚରାଇବା ପାଇଁ ଅପରାହ୍ନରେ ଘରୁ ବାହାରି ବିଲମାଳକୁ ଯାଇଥିଲେ। ବଳଦ ଦୁଇଟିକୁ ଚରାଉଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ଚିତ୍ରସେନ ସାହୁ କ୍ଷେତରେ ପଡିଯାଇଥିବା ବେଳେ ବଳଦ ଦୁଇଟି ଘଡଘଡି ଶବ୍ଦରେ ଗୁହାଳକୁ ଦୌଡ଼ି ଚାଲିଯାଇଥିଲେ। ବଳଦ ଦୁଇଟି ଆସିଥିଲେ ମଧ୍ୟ ଚିତ୍ରସେନ ବହୁ ସମୟ ଧରି ନଫେରିବାରୁ ଚିତ୍ରସେନର ବାପା ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ ଓ ଅନ୍ୟମାନଙ୍କୁ କହିଥିଲେ। ଗ୍ରାମବାସୀ ପ୍ରାୟ ଦୁଇ ଘଣ୍ଟା ଖୋଜିବା ପରେ ଚିତ୍ରସେନଙ୍କ ବିଲମାଳରେ ପଡିଥିବା ଦେଖି ସଙ୍ଗେ ସଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ଡାକ୍ତର ଚିତ୍ରସେନ ସାହୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବୁଗୁଡା ପୋଲିସ ପହଁଞ୍ଚି ଶବ ଜବତ କରିବା ସହ ବୁଗୁଡା ଥାନା ଅପମୃତ୍ୟୁ କେସ ୧୫/୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ