ବିଲରୁ ଯୁବକ ଙ୍କ ମୃତ ଦେହ ଠାବ
କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଛିଲିପାମାଲ ଗ୍ରାମ ର ଏକ ବିଲରୁ ଜଣେ ଯୁବକ ଙ୍କ ମୃତ ଦେହ ଠାବ ହୋଇଛି।ମୃତକ ଜଣକ ଛିଲିପାମାଲ ଗ୍ରାମର ଅମିତ ପାଣିଗ୍ରାହୀ ବୋଲି ଜଣାପଡିଛି।ସୂଚନା ମତେ ଗତ କାଲି ସକାଳୁ ସକାଳୁ ବର୍ଷା ଆରମ୍ଭ ହୋଇଥିଲା।ଏହି ସମୟରେ ଯୁବକ ଜଣକ ନିଜ ବିଲ କୁ ଯାଇ ଫେରି ନ ଥିଲେ। ଆଜି ପରିବାର ଲୋକେ ବହୁ ଖୋଜାଖୋଜି କରିବା ସମୟରେ ବିଲ ହୁଡା ଲଟା ବୁଟା ମଧ୍ୟ ରେ ଶବ ପଡିରହିଥିବା ଦେଖିବାକୁ ପାଇଲେ।ପରେ କୋକସରା ପୋଲିସ ଘଟଣା ସ୍ଥଳ କୁ ଆସି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦଦନ୍ତ ଆରମ୍ଭ କରିଛି।ତେବେ ପ୍ରାଥମିକ ଦଦନ୍ତ ରୁ ମୃତ ଦେହ ର ପାର୍ଶ୍ୱପ୍ରତିକ୍ରିୟା ଅନୁଯାୟୀ ବ୍ରଜଘାତ ରେ ମୃତ୍ୟୁ ହୋଇଥିବା ପୋଲିସ ସନ୍ଦେହ କରିଛି ।ତଥାପି ବ୍ୟବଛେତ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହୋଇ ପାରିବ ବୋଲି ତଦନ୍ତ ପୋଲିସ ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।


