ଭାଙ୍ଗିଲା ଜଳସେଚନ ପାଇପ, ଚିନ୍ତାରେ ଚାଷୀ 

ହାଟଡିହି, (ବିକାଶ ବିଶ୍ୱାଳ) :ରାସ୍ତା ନିର୍ମାଣବେଳେ ଆମ୍ବଗଡିଆ ଉଠାଜଳସେଚନ ପ୍ରକଳ୍ପ ୨ର ପାଇପ ଭାଙ୍ଗି ଯାଇଥିବାରୁ ଏବେ ଜମିକୁ ପାଣି ଯାଇ ପାରୁନି । ଯାହା ଫଳରେ ୪୦ଏକରରୁ ଉର୍ଦ୍ଧ ଜମି ଶୁଖିଲା ପଡିଥିବାବେଳେ ଚାଷୀମାନେ ଚିନ୍ତାରେ ପଡି ଯାଇଛନ୍ତି । ଏପରି ଘଟଣାକୁ ନେଇ ଆଜି ଚାଷୀମାନେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହାର ତୁରନ୍ତ ମରାମତି ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ତରତରା ଛକ ଠାରୁ ବଞ୍ଚୋ ପର୍ଯ୍ୟନ୍ତ ଯାଇଥିବା ରାସ୍ତା ନିର୍ମାଣ ବେଳେ ସେଠାରେ ଥିବା ଆମ୍ବଗଡିଆ ଦୁଇ ନମ୍ବର  ଉଠାଜଳସେଚନ ପ୍ରକଳ୍ପର ପାଇପ ସବୁ ଭାଙ୍ଗ ରୁଜି ଯାଇଛି । ଏହି ଉଠା ଜଳସେଚନଟି ଦ୍ୱାରା ୪୦ରୁ ଉର୍ଦ୍ଧ ଚାଷୀ ନିର୍ଭର କରିଥାନ୍ତି । ଏହି ଅଞ୍ଚଳର ଜମିଗୁଡିକ ଢ଼ିପ ଜମି ହୋଇଥିବାରୁ ଏହି ଉଠାଜଳସେଚନ ପ୍ରକଳ୍ପ କେବଳ ମାତ୍ର ସାହା ଭରଷା ପାଲଟିଥାଏ । କିନ୍ତୁ ପାଇପ ଭାଙ୍ଗିଯିବାରୁ ଚାଷୀମାନେ ପ୍ରକଳ୍ପଟିକୁ ବ୍ୟବହାର କରିପାରୁ ନାହାନ୍ତି । ଏବେ ଲଘୁଚାପ ଜନିତ ବର୍ଷା ହେବାରୁ ଚାଷୀମାନେ ଧାନ ତଳି ପକାଇ ରୁଆପୋତା କରିଥିବାବେଳେ ଆଉ କିଛି ଚାଷୀ କାଦୁଅ କରିଦେଇଥିଲେ । ହଠାତ ବର୍ଷା ଛାଡି ଯିବାରୁ ଚାେ ଜମି ଗୁଡିକ ଶୁଖିଲା ପଡି ଜମିସବୁ ଫାଟି ଯାିଥିବାବେଳେ ଆଉ କିଛି ତଳିସବୁ ପୋଡି ନଷ୍ଟ ହୋଇଗଲାଣି । ପାଣି ଟୋପେ ପାଇବାପାଇଁ ଠିକାଦାର ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରାୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି ପାଣିପଞ୍ଚାୟତର ସଭାପତି ପଞ୍ଚାନନ ସାହୁ, ଚାଷୀ ମହେନ୍ଦ୍ର ରାଉତ, ସୋମନାଥ ରାଉତ, ବୃନ୍ଦାବନ ଜେନା, ସତ୍ୟପ୍ରୀୟ ନାୟକ, ଗୋଲେଖ ଖଟୁଆ, ଆକୁନ୍ଦି ଜେନା, ଅଚୁତି ଜେନା, ପିଣ୍ଟୁଆ ଜେନା, ଧୁଶାସନ ସାହୁ, ଜଳିଆ ଜେନା, ଅନାମ ଦେହୁରୀ, କାଳନ୍ଦୀ ଜେନା, ଆର୍ତ୍ତ ଜେନା, କିର୍ତ୍ତନ ଖଟୁଆ, ଶ୍ୟାମ ସୁନ୍ଦର ରାଉତ, ଅନାମ ଚରଣ ରାଉତ ପ୍ରମୁଖ ଅଭିଯୋଗ କରିଛନ୍ତି । ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ସେମାନେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ