ଭାଙ୍ଗିଲା ଶ୍ରୀଲଙ୍କା ସଂସଦ: ଏପ୍ରିଲରେ ହେବ ନିର୍ବାଚନ
କଲମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟ ରାଜପକ୍ଷ ସୋମବାର ଦେଶର ସଂସଦକୁ ଭାଙ୍ଗି ଦେଇଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ଏପ୍ରିଲ ୨୫ରେ ନିର୍ବାଚନ ଘୋଷଣା ହେବା ପରେ ସେ ଏହାକୁ ଭାଙ୍ଗି ଦେଇଥିବା ଜଣାପଡିଛି। ତେବେ କାର୍ଯ୍ୟକାଳ ପୂରଣ ହେବାର ୬ ମାସ ପୂର୍ବରୁ ସେ ଏହାକୁ ଭାଙ୍ଗି ଦେଇଛନ୍ତି ବୋଲି କୁହାଯାଉଛି।
ତେବେ ଏପ୍ରିଲ ୨୫ରେ ହେବାକୁ ଥିବା ନିର୍ବାଚନ ପାଇଁ ମାର୍ଚ୍ଚ ୧୨ରୁ ମାର୍ଚ୍ଚ ୧୯ ମଧ୍ୟାହ୍ନ ୧୨ଟା ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ମେ ୧୪, ୨୦୨୦ରେ ସଂସଦର ପ୍ରଥମ ଅଧିବେଶନ କରାଯିବ ବୋଲି ଜଣାପଡିଛି। ୨ ଥର ରାଷ୍ଟ୍ରପତି ଓ ୩ ଥର ପ୍ରଧାନମନ୍ତ୍ରୀ ଥିବା ମହିନ୍ଦା ରାଜପକ୍ଷ ଏଥର ବିଜୟ ଲାଭ କରିବେ ବୋଲି ଆଲୋଚନା ହେଉଛି।