ଭାରତକୁ ଯାରି ରହିବ ତୈଲ ଯୋଗାଣ- ଇରାନୀ ରାଜଦୂତ
ନୂଆଦିଲ୍ଲୀ: ଆମେରିକା ଓ ଇରାନ୍ ମଧ୍ୟରେ ଚାଲିଥିବା ତିକ୍ତତାର ପ୍ରଭାବ ଭାରତକୁ ଯୋଗାଇ ଦିଆଯାଉଥୁବା ତୈଳ ଉପରେ ପଡିନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଇରାନୀ ରାଜଦୂତ ଫଲାହ ଅବଦୁଲହସନ ଅବଦୁଲସଦା । ଆମେରକା-ଇରାନ୍ ମଧ୍ୟରେ ତିକ୍ତତା ଅଧିକରୁ ଅଧିକ ତିବ୍ର ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ପରସ୍ପର ମିଜାଇଲ ଆକ୍ରମଣ କରାଯାଉଛି । ଏହି ମଧ୍ୟରେ ଭାରତ ଆସୁଥିବା କଞ୍ଚା ତେଲ ଯୋଗାଣରେ ସଙ୍କଟ ପଡ଼ିବାର ଆଶଙ୍କା ଉପୁଜୁଥିଲା । କିନ୍ତୁ ଏବେ ଇରାନର ରାଜଦୂତ ଅବଦୁଲସଦା ସ୍ପଷ୍ଟ କରିଦେଇଛନ୍ତି ।


