ଭାରତବନ୍ଦ ପ୍ରଭାବହୀନ
ହାଟଡିହି, (ବିକାଶ ବିଶ୍ୱାଳ ) : ବିଭିନ୍ନ ସଂଗଠନ ପକ୍ଷରୁ ଦିଆଯାିଥିବା ଭାରତବନ୍ଦ ହାଟଡିହି ଅଞ୍ଚଳରେ ପ୍ରଭାବହୀନ ହୋଇଛି । କଂଗ୍ରେସ ଓ ବାମ ଦଳଗୁଡିକ ଏହାକୁ ସମର୍ଥନ କରିଥିଲେ ବି ଏଠାରେ ତାହାର କୌଣସି ପ୍ରଭାବ ପଡିନାହିଁ । କେବଳ ଆନନ୍ଦପୁର-ଭଦ୍ରକ ରାସ୍ତାରେ ବସ ଚଳାଚଳ ବନ୍ଦ ଥିବାବେଳେ ଆଜି ସମସ୍ତ ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ ଆଦି ଖୋଲା ରହିଥିଲା । ଛେନାପଦି, ହାଯଡିହି, ମରୈଗାଁ, ଜଗନ୍ନାଥପୁର ବସନ୍ତିଆ, ଶାଳଣିଆଁ, ବିଦ୍ୟାଧରପୁର, ଢ଼େଙ୍କା, ବରାଙ୍ଗ ଆଦି ଅଞ୍ଚଳ ମାନଙ୍କରେ ଦୋକାନ ବଜାର ଗୁଡିକ ସ୍ୱାଭିକ ôତଲା ଓ ଲୋକମାନେ କିଣାବିକା କରୁତବବା ଦେଖିବାକୁ ମିଳିଥିଲା । କୌଣସି ରାଜନୈତିକ ଦଳର କର୍ମୀମାନେ କୌଣସିଠାରେ ପିକେଟିଂ କରିବା ଦେଖା ଯାଇ ନଥିଲା ।