ଭାରତରତ୍ନଙ୍କ ବିୟୋଗରେ ସ୍ମୃତି ସଭା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଭାରତରତ୍ନ ପ୍ରାପ୍ତ ଲତା ମଙ୍ଗେସକରଙ୍କ ବିୟୋଗରେ ରିଡିଙ୍ଗ ରୁମ୍ ଓ ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସ୍ଥାନୀୟ ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ପରିସରରେ ଏକ ସ୍ମୃତିସଭା ଯୁବ ଜ୍ୟୋର୍ତିବିଦ୍ ଦୀପକ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ପରାମର୍ଶଦାତା ବି.ଶ୍ରୀନିବାସ, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ ଶତପଥି, ବରିଷ୍ଠ କଣ୍ଠଶିଳ୍ପୀ ବସନ୍ତ ମହାପାତ୍ର , ଯୁବ କଣ୍ଠ ଶିଳ୍ପୀ ବିଶ୍ୱନାଥ ପଲାଇ, ଡ୍ରିମ ଡ୍ୟାନ୍ସ ଏକାଡେମୀର ନୃତ୍ୟ ନିର୍ଦ୍ଦେଶକ ପୂର୍ଣ୍ଣଞ୍ଜୟ ଜେନା, ଅନିମା ସେନାପତି,କାଳିଆ ବେହେରା ପ୍ରମୁଖ ଉପସ୍ଥିତ ରହି ଲତା ମଙ୍ଗେସକରଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରାରମ୍ଭରେ ଲତା ମଙ୍ଗେସକରଙ୍କ ଅମର ଆତ୍ମାର ସଦ୍ ଗତି ନିମନ୍ତେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ