ଭାରତରେ ବାୟୁ ଏବଂ ଜଳ ପ୍ରଦୂଷଣର ସମାଧାନ ପାଇଁ ଆର୍କନେଷ୍ଟର ଶୁଭାରମ୍ଭ
ଆଧୁନିକ ଭାରତ ସମ୍ମୁଖରେ ଦେଖାଦେଇଥିବା ଜଳ ଏବଂ ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ପାଇଁ ଆର୍କ ଭେନଚ୍ୟୁର ଅଫ୍ ଇଣ୍ଡିଆ ଏବଂ ଜାପାନର ଲିଭ୍ ଏ ନେଷ୍ଟ କୋ ପକ୍ଷରୁ ଆର୍କନେଷ୍ଟର ଶୁଭାରମ୍ଭ କରାଯାଇଛି । ଏଥି ପାଇଁ ଦିଲ୍ଲୀରେ ୫୦ କୋଟି ଟଙ୍କାର ନିବେଶ କରାଯିବ । ଜ୍ଞାନକୌଶଳ ତଥା ଲୋକଙ୍କ ବନଶୈଳୀରେ ବିକାଶ ପାଇଁ ଏହାର ନିବେଶ ପୁଞ୍ଜି ମଧ୍ୟ ବୃଦ୍ଧି ପାଇବ । ଭାରତରେ କଟିଂ ଏଡଜ୍ ଜ୍ଞାନକୌଶଳ, ଇଂଟେଲକ୍ଚ୍ୟୁଆଲ ପ୍ରପର୍ଟି ତଥା ଫଣ୍ଡିଙ୍ଗ୍ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ଆର୍କନେଷ୍ଟ୍ ସହାୟତା ଯୋଗାଇଦେବ । ଜଳ, ବାୟୁ ବିଶୁଦ୍ଧିକରଣ ଏବଂ ଶୁଖିଲା ବର୍ଜବସ୍ତୁ ପରିଚାଳନା କ୍ଷେତ୍ରରେ ଏହା କାର୍ଯ୍ୟ କରିବ । ତାମିଲନାଡୁର କୋଏମ୍ବାଟୁୂରରେ ୨୪,୦୦୦ ବର୍ଗଫୁଟ ଅଂଚଳରେ ଆର୍କନେଷ୍ଟ ପକ୍ଷରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତି କରାଯିବା ଲାଗି ଯୋଜନା କରାଯାଇଛି । ଏହା ସହିତ ବିଭିନ୍ନ ରାଜ୍ୟରେ ସରକାରୀ-ଘରୋଇ ମିଳିତ ସହଯୋଗରେ ଏଭଳି କାର୍ଯର୍୍ୟ କରିବାର ଯୋଜନା ରହିଛି ।