ଭାରତରେ ରେନୋ ଟ୍ରାଇବର ଗ୍ଲୋବାଲର ଶୁଭାରମ୍ଭ
ରେନୋ, ଭାରତରେ ନଂ୧ ୟୁରୋପିଆନ ବ୍ରାଣ୍ଡ, ଏହାର ନୂଆ ଗ୍ଲୋବାଲ ଉତ୍ପାଦ ରେନୋ ଟ୍ରାଇବରକୁ ଭାରତରେ ଶୁଭାରମ୍ଭ କରିଛି । ରେନୋ ଟ୍ରାଇବର ହେଉଛି ଭାରତ ଓ ଫ୍ରାନସର ରେନୋ ଟିମ ମିଳିତ ଭାବରେ ଭାରତୀୟ ମାର୍କେଟ ପାଇଁ ଏହାକୁ ସ୍ୱତନ୍ତ୍ର ଭାବରେ ଡିଜାଇନ କରିଚନ୍ତି । “ଗ୍ରୁପ ରେନୋର ଏକ ପ୍ରମୁଖ ମାର୍କେଟ ହେଉଛି ଭାରତ । ଆମେ ଏବେ ମଧ୍ୟ ଭାରତରେ ଅଳ୍ପ ଦିନ ଧରି ରହୁଛୁ ଓ ଆମର “ଡ୍ରାଇଭ ଦି ଫ୍ୟୁଚର” ଷ୍ଟ୍ରାଚେଜିକ ପ୍ଲାନ ସହିତ ଉଚ୍ଚ ଅଭିଳାଷ ରଖିଛୁ । ଏହାର ବିକ୍ରୟକୁ ୨୦୨୨ ସୁଧା ୨ ଗୁଣା କରିବାର ଲକ୍ଷ୍ୟ ରଖିଛୁ । ଏଥିପାଇଁ ଆମେ ଆଣିଛୁ। ରେନୋ ଟ୍ରାଇବର, ଆଉ ଏକ ନୂଆ କନସେପ୍ଟ ଯାହକି ଭାରତୀୟ ବଜାର ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ସାରା ବିଶ୍ୱକୁ ନେବା ପୂର୍ବରୁ ରେନୋ ଟ୍ରାଇବର କୁ ଭାରତରେ ପ୍ରଥମେ ପରିକଳ୍ପନା, ବିକାଶ ଓ ଉତ୍ପାଦନ କରାଯାଇଛି ।ଏହି ନିଶ୍ଚିନ୍ତ ଭାବରେ ଏକ ଗେମ ଚେଂଜର ହେବ ”
ବୋଲି କହିଛନ୍ତି ଥିରି ବୋଲୋରେ, ଗ୍ରୁପ ରେନୋର ସିଇଓ, ରେନୋ ଟ୍ରାଇବର ର ଶୁଭାରମ୍ଭ ଅବସରରେ ।


