ଭାରତୀୟକମ୍ୟୁନିଷ୍ଟ ପାର୍ଟୀର ରାଜ୍ୟସ୍ତରୀୟ ଶିକ୍ଷା ଶିବିର ଉଦ୍ଘାଟିତ
ପାରାଦୀପ, (ଯୁଗାବ୍ଦ ନ୍ୟୁଜ) ଭାରତୀୟ କମ୍ୟୁନିଷ୍ଟି ପାର୍ଟି ପକ୍ଷରୁ ପାରାଦୀପ ନିର୍ବାଚନ ମଣ୍ଡଳି କୁଜଙ୍ଗ ସ୍ଥିତ ଲୋକନାଥ ଭବନ ପରିସରରେ ସାଥୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି ସ୍ମାରକୀ ରାଜ୍ୟସ୍ତରୀୟ ଶିକ୍ଷା ଶିବିର ଉଦ୍ଘାଟିତ ହୋଇଯାଇଛି । ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି କମ୍ରେଡ ଶଶିଭୂଷଣ ସ୍ୱାଇଁ ପତାକା ଉତୋଳନ କରିବା ପରେ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ସମ୍ପାଦକ ସାଥୀ ଆଶିଷ କାନୁନ୍ଗୋ ଏହି ଶିକ୍ଷା ଶିବିରକୁ ଉଦ୍ଘାଟନ କରିଥିଲେ । ସାଥୀ ଭାଗବତ ପ୍ରତିହାରୀ ଉପସ୍ଥିତ ଶିବିରାର୍ଥୀ ମାନଙ୍କୁ ଦର୍ଶନ ଶିକ୍ଷା ପ୍ରଦାନ କରିଥିଲେ । ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଶିକ୍ଷା ବିଭାଗର ଆବାହକ ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଓ ଜାତୀୟ ପରିଷଦ ସଭ୍ୟ କମ୍ରେଡ ଅଭୟ ସାହୁ, ଜିଲ୍ଲା ସମ୍ପାଦକ ତଥା ଶିକ୍ଷା ବିଭାଗର ଅଧ୍ୟାପକ ଅଭିଜିତ୍ ସାହୁ, ଜୋନ୍ ସମ୍ପାଦକ ଶରତ ଚନ୍ଦ୍ର ବେହେରା, ବରିଷ୍ଠ ସଭ୍ୟ ଶ୍ରୀନିବାସ ଜୁଝିଆର୍ ସିଂ, ଜିନ୍ମୟୀ ସାହାଣୀ, ସୁବାଷ ମହାପାତ୍ର, ହୃଷିକେଶ ନାଥ, ଅଜୟ ବେହେରା, ବିଷ୍ଣୁ ମୁଦୁଲି, ହରେକୃଷ୍ଣ ମାଝୀ, କାର୍ବୋଲିନ୍ ପରମାଣିକ, ରବିନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଶିକ୍ଷା ଶିବିରରେ ୪୧ ଜଣ ପାର୍ଟିର ନେତୃତ୍ୱ ଶିକ୍ଷା ଲାଭ କରିବା ଆସିଛନ୍ତି । ଏହି ଶିକ୍ଷା ଶିବିରରେ ପାର୍ଟିର ଦର୍ଶନ, ରାଜନୈତିକ ଅର୍ଥନୀତି, ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନ, ସ୍ୱାଧିନତା ସଂଗ୍ରାମ ଓ କମ୍ୟୁନିଷ୍ଟ ମାନଙ୍କ ଭୂମିକା, ପାର୍ଟି ପ୍ରୋଗ୍ରାମ ଓ ବର୍ତମାନର ରାଜନୈତିକ ପରିସ୍ଥିତି ସାମ୍ପ୍ରଦାୟିକତାର ଜନ୍ମ, ବିକାଶ ଓ ବିପଦ, ପାର୍ଟି ସଂଗଠନ ଓ ସମ୍ବିଧାନ ସମ୍ପର୍କରେ ୧୯ ତାରିଖ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଇ ଉଦ୍ଯାପିତ କରାଯିବ ।