ବାଲିଆ ପଂଚାୟତ ହିତାଧିକାରୀଙ୍କ ଭତ୍ତା ଅର୍ଥ ଆତ୍ମସାତ୍, ମିଳିଲାନି ହିତାଧିକାରୀଙ୍କୁ ୨ ମାସର ବକେୟା ଅର୍ଥ
ପାରାଦୀପ, (ଯୁଗାବ୍ଦ ନ୍ୟୁଜ) ପାରାଦୀପ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ କୁଜଙ୍ଗ ବ୍ଲକ ବାଲିଆ ପଂଚାୟତର ପଂଚାୟତ ଅଧିକାରୀ ଦୁଷ୍ମନ୍ତ ରାଉତ ଦୁଇମାସର ଭତ୍ତା ଅର୍ଥ ୭୧ ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ ନକରି ସମ୍ପୂର୍ଣ୍ଣ ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା । ଏଥିପାଇଁ ବାଲିଆ ପଂଚାୟତ ଅଫିସ୍ କାର୍ଯ୍ୟାଳୟରେ ଭତା ପାଉଥିବା ହିତାଧିକାରୀମାନେ ପଂଚାୟତ କାର୍ଯ୍ୟାଳୟ ପୂର୍ବତନ ସରପଂଚ ଅଟଳ ଦାସଙ୍କ ନେତୃତ୍ୱରେ ଘେରାଉ କରିଥିଲେ । ପୂର୍ବତନ ସରପଂଚ ଅଟଳ ଦାସ ଏ ସମ୍ପର୍କରେ ବିଡିଓଙ୍କୁ ଜଣାଇବା ପରେ ଅତିରିକ୍ତ ବିଡିଓ ସନ୍ତୋଷ ଶତପଥି, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରଞ୍ଜିତ୍ ଚୌଧୁରୀ ପଂଚାୟତ କାର୍ଯ୍ୟାଳୟରେ ପହଁଚି ଥିଲେ । ଶତାଧିକ ବୃଦ୍ଧବୃଦ୍ଧା ସେମାନଙ୍କ ବକେୟା ଦୁଇମାସର ଭତା ଅର୍ଥ କାହିଁକି ଦିଆଯାଇନାହିଁ, ଆଗ ସେ ଟଙ୍କା ଆମକୁ ଦିଆଯାଉ ବୋଲି ଜିଦି ଧରିବସିଥିଲେ । ପୂର୍ବତନ ସରପଂଚ ଅଟଳ ବିହାରୀ ଦାସ କାହିଁକି ମାସକୁ ମାସ ହିତାଧିକାରୀଙ୍କୁ ଭତା ଦିଆଯାଉ ନାହିଁ ଏଭଳି ଦୁର୍ନୀତିଗ୍ରସ୍ତ ପଂଚାୟତ ପିଇଓଙ୍କୁ କାହିଁକି ଆମ ପଂଚାୟତରେ ଅର୍ଥ ଆତ୍ମସାତ୍ କରିବାକୁ ରଖାଯାଇଛି ସେ ସମ୍ପର୍କରେ ତଦନ୍ତ କରାଯାଇ ଆଜି ହିତାଧିକାରୀମାନଙ୍କୁ ବକେୟା ଅର୍ଥ ପ୍ରଦାନ ସାଙ୍ଗକୁ ତୁରନ୍ତ ଏଭଳି ଏକ ମଦ୍ୟପର କାର୍ଯ୍ୟରେ ଅନିୟମିତତା କରୁଥିବା ପଂଚାୟତ ଅଧିକାରୀଙ୍କୁ ବଦଳି କରାଯାଉ ବୋଲି ଉପସ୍ଥିତ ଅତିରିକ୍ତ ବିଡିଓ ଓ ବିଡିଓଙ୍କୁ ଜଣାଇଥିଲେ । ଯଦି ଭତାଟଙ୍କା ଆଜି ନଦିଆଯାଏ ତେବେ ପଂଚାୟତ କାର୍ଯ୍ୟାଳୟକୁ ସବୁ ଦିନପାଇଁ ଅଚଳ କରିଦିଆଯିବ ବୋଲି ପରୋକ୍ଷରେ ଚେତାବନୀ ଦେଇଥିଲେ । ଏଣୁ ଅତିରିକ୍ତ ବିଡିଓ ଓ ବିଏସ୍ଏସ୍ ଓ ବକେୟା ଥିବା ହିତାଧିକାରୀଙ୍କୁ ତୁରନ୍ତ ଭତା ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାପରେ କାର୍ଯ୍ୟାଳୟ ଘେରାଉ ପ୍ରତ୍ୟାହୃତ ହୋଇଥିଲା । ଏଠାରେ ସୂଚନାଯୋଗ୍ୟ କି ଅଦ୍ୟାବଧି ସମସ୍ତ ବକେୟା ହିତାଧିକାରୀଙ୍କୁ ବକେୟା ଭତା ଅର୍ଥ ପ୍ରଦାନ କରାଯାଇନାହିଁ । ଅତିରିକ୍ତ ବିଡିଓଙ୍କ ଏଭଳି ଟାଳଟୁଳ ନୀତିକୁ ପଂଚାୟତର ବୁଦ୍ଧିଜୀବୀ ସମାଜସେବୀ ଓ ଗ୍ରାମର ମୁରବୀମାନେ ନିନ୍ଦା କରିବା ସହିତ ତୁରନ୍ତ ଦୁଇମାସର ଭତା ପାଇନଥିବା ୧୫୦ରୁ ଉଦ୍ଧ୍ୱର୍ ଭତା ପାଇନଥିବା ହିତାଧିକାରୀଙ୍କ ଭତା ପ୍ରଦାନ ଓ ଆତ୍ମସାତ୍ କରିଥିବା ପଂଚାୟତ ଅଧିକାରୀଙ୍କୁ ପଂଚାୟତରୁ ବଦଳି ସାଙ୍ଗକୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ଯାଏ ତେବେ ବାଲିଆ ପଂଚାୟତ କାର୍ଯ୍ୟାଳୟ ଅଫିସ୍ ତାଲା ପକାଯିବା ସହିତ ବ୍ଲକ୍ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ପୂର୍ବତନ ସରପଂଚ ଅଟଳ ଦାସ, ପୂର୍ବତନ ସରପଂଚ ଦୀପକ ରଞ୍ଜନ ସ୍ୱାଇଁ, ଦଳିତ ନେତା ରଞ୍ଜନ ବେହେରା, ଶୁକଦେବ ସେଠୀ, ବଟକୃଷ୍ଣ ରାଉତ, ବାବୁଲି ବାରିକ, ତପନ କୁମାର ଦାସ, ସୁରେନ୍ଦ୍ର ମହାନ୍ତି, କୈଳାସ ସ୍ୱାଇଁ, ନିଶାକର ପରିଡା, ଅନନ୍ତ ବେହେରା, ମାନସ ବାରିକ ପ୍ରମୁଖ ପ୍ରକାଶ କରିଛନ୍ତି ।


