ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଜିଲ୍ଲା କମିଟିର ପରିବର୍ଦ୍ଧିତ ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର କେନ୍ଦ୍ରାପଡା ଜିଲ୍ଲା ପରିବର୍ଦ୍ଧିତ ବୈଠକ ସ୍ଥାନୀୟ କେନ୍ଦ୍ରାପଡା ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟରେ ସାଥି ବାବାଜୀ ଧଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଥି ନିରଞ୍ଜନ ଦାଶଙ୍କ ଶୋକ ପ୍ରସ୍ତାବ ଆଗତ ପରେ ଜିଲ୍ଲା ସମ୍ପାଦକ ରମଣୀ ରଞ୍ଜନ ରାଉତରାୟ ବିଗତ ଦିନ କାର୍ଯ୍ୟକ୍ରମର ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ । ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦୀର୍ଘ ୨୨ ବର୍ଷର ବିଜୁ ଜନତା ଦଳ ସରକାର ଚାଷୀ ମାନଙ୍କ ପାଇଁ ଧାନର ଉଚିତ ମୂଲ୍ୟ ପ୍ରଦାନ ନକରିବା, କେନ୍ଦ୍ରାପଡାରେ ଗୋଟିଏ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ନହେବା, ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ନହେବା, କେନ୍ଦ୍ରାପଡା ଜିଲ୍ଲା ଦେଇ ଯାତ୍ରୀବାହୀ ରେଳ ଚଳାଚଳ ନକରିବା, ଖାଲି ମିଛ କହି କେନ୍ଦ୍ରାପଡାରେ ଶିଳ୍ପ ପ୍ରତିଷ୍ଠା କରାନଯିବା, ଦରଦାମର ଆକାଶ ଛୁଆଁ ବୃଦ୍ଧି, ବିଦ୍ୟୁତ ଦର ୨ ଗୁଣ ବୃଦ୍ଧି ହୋଇଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହାକୁ ପ୍ରତିହତ କରିବା ସହିତ କେନ୍ଦ୍ର ସରକାରର ସାଂପ୍ରଦାୟିକ ପ୍ରଚାରକୁ ପରାସ୍ତ କରି କମ୍ୟୁନିଷ୍ଟ ପାର୍ଟିର ପାର୍ଥୀମାନଙ୍କୁ ଚଳିତ ପଞ୍ଚାୟତ ନିର୍ବାଚନରେ ଜିତାଇବାକୁ ଜିଲ୍ଲା ସଂପାଦକ ଶ୍ରୀ ରାଉତରାୟ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ସି.ପି.ଆଇ.ର ସହ ସଂପାଦକ ଆଦିକନ୍ଦ ରାଉଳ, ମାର୍ଶାଘାଇ -ମହାକାଳପଡା ଜୋନ ସଂପାଦକ ବିକାଶ ଚନ୍ଦ୍ର ବେଉରା, ଆଳି -କନିକା ଆବାହକ ସୁହାନା ବେଗମ, କେନ୍ଦ୍ରାପଡା ସହର ସଂପାଦକ ନିରଞ୍ଜନ ଦାସ, ମନୋଜ ଓଝା, ସୀତାକାନ୍ତ ନାୟକ, ପ୍ରଦୀପ ବେହେରା, ସୁବାଶିନୀ ଭଦ୍ର, ତିଲୋଚନ ସ୍ୱାଇଁ, ଅଭୟ ଦାସ ପ୍ରମୁଖ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ