ଭାରତୀୟ ଜନତା ପାର୍ଟି ଛତ୍ରପୁର ମଣ୍ଡଳର ସଂଗଠନ ପର୍ବ

ଛତ୍ରପୁର,( ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ଭାରତୀୟ ଜନତା ପାର୍ଟିର ସଂଗଠନ ପର୍ବ ମଣ୍ଡଳ ସଭାପତି ପ୍ରଦୀପ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନୂତନ ସଦସ୍ୟତା ସଂଗ୍ରହ ଅଭିଯାନ ଆଜି ଠାରୁ ୮୯୮୦୮୦୮୦୮୦ ନଂ କୁ ଡାଉଲ କରି ନୂତନ ସଦସ୍ୟ ସଂଗ୍ରହ କରିବାକୁ ହେବ । ଛତ୍ରପୁର ଏନଏସି ର ୧୪ଟି ୱାର୍ଡରୁ ୧୫୦୦ନୂତନ ସଦସ୍ୟ ସଂଗ୍ରହ କରିବାପାଇଁ ସ୍ଥିର କରାଯାଇଛି । ଏଥିରେ ସଦସ୍ୟତା ପ୍ରମୂଖ ରୂପେ ଲକ୍ଷ୍ମୀନାରାୟଣ ପଣ୍ଡା ଓ ସହ ପ୍ରମୂଖ ଭାବେ ପି.ଚନ୍ଦ୍ରଶେଖର ରାଓ ଏବଂ ମନୋରଂଜନ ବେହେରାଙ୍କୁ ସର୍ବ ସମ୍ମତ୍ତିକ୍ରମେ ମନୋନୟନ କରାଯାଇଥିଲ।। ଏହି ସଂଗଠନ ପର୍ବରେ ପୂର୍ବତନ ସଭାପତି ଉମାଶଙ୍କର ମହାନ୍ତି, ଗଙ୍ଗାଧର ପଣ୍ଡା, ପି.ରଘୁନାଥ ରେଡ୍ଡୀ, ଡି.ସୁରେଶ ରେଡ୍ଡୀ, ପି.ଚନ୍ଦ୍ରଶେଖର ରାଓ, ଲକ୍ଷ୍ମୀନାରାୟଣ ପଣ୍ଡା, ମନୋରଂଜନ ବେହେରା, ସୁଶାନ୍ତ ଦାସ, ସାବିର ଖାନ୍, ପ୍ରଶାନ୍ତ କୁମାର ବେହେରାଙ୍କ ସମେତ ବହୁ ଦଳୀୟ କର୍ମମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ