ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳନ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଭାରତୀୟ ଜନତା ପାର୍ଟି ପୁରୁଣା ବ୍ରହ୍ମପୁର ମଣ୍ଡଳ ତରଫରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳନ କରଯାଇଥିଲା। ୧୯୧୬ ମସିହା ସେପ୍ଟେମ୍ବର ୨୫ ରେ ଉତ୍ତରପ୍ରଦେଶ ର ମଥୁରା ଠାରେ ସେ ଜନ୍ମ ଗ୍ରହଣ କରିଥିଲେ। ବାଲ୍ୟାବସ୍ଥା ରୁ ଷେ ଜଣେ ଧିସମ୍ପର୍ଣ୍ଣ ଛାତ୍ର ଥିଲେ। ତତ୍କାଳୀନ ଭାରତୀୟ ପ୍ରଶାସନିକ ସେବା ରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅର୍ଜନ କରି ସରକାରୀ ଚାକିରି ନକରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘରେ ପ୍ରଚାରକ ଭାବେ ନିଜକୁ ରାଷ୍ଟ୍ର ପାଈଁ ସମର୍ପିତ କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ଡଃ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଆଗ୍ରହ କ୍ରମେ ପରମପୂଜନୀୟ ଗୁରୁଜୀଙ୍କ ଉପଦେଶ କ୍ରମେ ଭାରତୀୟ ଜନ ସଙ୍ଘର ସଂସ୍ଥାପକ ସଦସ୍ୟ ହୋଇ ନିଜର ସାଙ୍ଗଠନିକ ଦକ୍ଷତା ପ୍ରତିପାଦିତ କରିଥିଲେ। ସମ୍ପୂର୍ଣ୍ଣ ଭାରତ ଭ୍ରମଣରୁ ସେ ଭାରତର ବିକାଶ ପାଈଁ ସମାଜବାଦ, ପୁଞ୍ଜିବାଦ ଭିନ୍ନ ଏକାତ୍ମ ମାନବବାଦ ର ପ୍ରଣୟନ କରି ଭାରତକୁ ସଂଗଠିତ କରିଥିଲେ। ଏହି ଉପଲକ୍ଷେ ପ୍ରଭାତ କିରଣ ଷଡଙ୍ଗୀ, ସୁମନ ଶତପଥି,ଶିବ ଶଙ୍କର ଶତପଥି, ସୁମନ ମହାରଣା,ରାଜେନ୍ଦ୍ର ବାଡ଼ତ୍ୟା, ବିନାୟକ ରଥ, k. ଟୁଙ୍ଗୁରୁ ପାତ୍ର, ବାଙ୍କନିଧି ସେଠୀ, କମଳ କୁମାର ପାତ୍ର, କିରଣ କୁମାର ସାହୁ, ମଧୁ ସାହୁ, ବିଭୂତି ତ୍ରିପାଠୀ,ତ୍ରିନାଥ ନାୟକ ପ୍ରମୁଖ ଉପସ୍ଥିତ ରହି ଦୀନଦୟାଲଙ୍କ ଜୀବନୀ ସମ୍ବନ୍ଧରେ ଆଲୋଚନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ