ଭାରତୀୟ ଜନତା ପାର୍ଟ ପକ୍ଷରୁ ୨ ମାସ ଧରି ଚାଲିଥିବା ମହା ଜନ ସମ୍ପର୍କ ଅଭିଯାନ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୯ ବର୍ଷ କାର୍ଯ୍ୟକାଳର ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ପାର୍ଟ ପକ୍ଷରୁ ୨ ମାସ ଧରି ଚାଲିଥିବା ମହା ଜନ ସମ୍ପର୍କ ଅଭିଯାନ ଓ ସମ୍ପର୍କ ରୁ ସମର୍ଥନ କାର୍ଯ୍ୟକ୍ରମ ରେ ସାରା ଓଡିଶା ଦାଇତ୍ୱରେ ଥିବା ରାଜ୍ୟ ପ୍ରଭାରୀ ତଥା ବାଲେଶ୍ୱର ର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏହି କାର୍ଯ୍ୟକ୍ରମ ସମାପନ ପରେ ଆଜି ଦିଲ୍ଲୀ ରେ ଭାରତୀୟ ଜନତା ପାର୍ଟି ର ରାଷ୍ଟୀୟ ଅଧକ୍ଷ ଜଗତ ପ୍ରକାଶ ନଡ୍ଡା ଙ୍କୁ ଭେଟି ସମସ୍ତ ରିପୋର୍ଟ ପ୍ରଦାନ କରିବା ସହ ଆଗାମୀ ନିର୍ବାଚନ ରେ ଦଳ କିପରି ଭଲ ପ୍ରଦର୍ଶନ କରିବ ଏ ନେଇ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ, ଏହି ସମୟ ରେ ଶ୍ରୀ ଷଡ଼ଙ୍ଗୀ ରାଷ୍ଟ୍ରୀୟ ଅଧକ୍ଷ ଙ୍କୁ ଏହି ଜନସମ୍ପର୍କ ରେ କିପରି ଭାବରେ ପାର୍ଟିର କାର୍ଯ୍ୟକର୍ତା ଲୋକ ଙ୍କ ପାଖରେ ପହଂଚି ମୋଦୀ ଙ୍କ ସୁଶାସନ ବିଷୟ ରେ ଲୋକ ଙ୍କୁ ଅବଗତ କରାଇବା ସହ ୟୁସିସି କୁ ସମର୍ଥନ କରିଥିଲେ ସେ ବିଷୟ ରେ ମଧ୍ୟ ଆଲୋଚନା ହୋଇଥିଲା ରଣଜିତ ପୃଷ୍ଟି


