ଭାରତୀୟ ଜୀବନବୀମା ନିଗମର ୬୩ତମ ଜନ୍ମ ବାର୍ଷିକୀ ଓ ବୀମା ସପ୍ତାହ ପାଳିତ
କେନ୍ଦ୍ରାପଡା,( ଯୁଗାବ୍ଦ ନ୍ୟୁଜ୍ ) : ଭାରତୀୟ ଜୀବନ ବୀମା ନିଗମର ୬୩ତମ ଜନ୍ମ ବାର୍ଷିକୀ ଏବଂ ବୀମା ସପ୍ତାହ ପାଳନ ଉତ୍ସବ କେନ୍ଦ୍ରାପଡା ଶାଖା ଆନୁକୂଲ୍ୟରେ ବୁଧବାର ପୂର୍ବାହ୍ନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଭାରତୀୟ ଜୀବନ ବୀମା ନିଗମର କେନ୍ଦ୍ରାପଡା ଶାଖା ପରିଚାଳକ(ପ୍ରଶାସନ)ଚକ୍ରଧର ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉତ୍ସବକୁ ଉଦଘାଟନକରି ବର୍ତ୍ତମାନ ସମୟରେ ବେସରକାରୀବୀମା କମ୍ପାନୀମାନଙ୍କ ସହ ତାଳଦେଇ ଭାରତୀୟ ଜୀବନ ବୀମା ନିଗମ ନିଜର ଅସ୍ତିତ୍ୱ ବଜାୟ ରଖିବା ସହ ଜନସାଧାରଣଙ୍କ ପ୍ରିୟଭାଜନ ହୋଇ ସେମାନଙ୍କୁ ଉତ୍ତମସେବା ଯୋଗାଇ ଦେଇଆସୁଛି ବୋଲି କହିଥିଲେ । ଏହାର କାର୍ଯ୍ୟଶୈଳି,ଅଭିବୃଦ୍ଧି ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିି ଜିଲ୍ଲାପାଳ ଶ୍ରୀ ବର୍ମା କେନ୍ଦ୍ରାପଡା ଜୀବନବୀମା ଶାଖା ପରିସରରେ ସ୍ୱତନ୍ତ୍ର ସେବା ବିଭାଗକୁ ଫିତାକାଟି ଉଦଘାଟନ କରିଥିଲେ । ଶାଖା ପରିଚାଳକ(ପ୍ରଶାସନ)ଶ୍ରୀ ମିଶ୍ର ଜୀବନବୀମା ନିଗମର ମୁଖବନ୍ଧ,ଅଭିବୃଦ୍ଧି ଓ ସେବା ପ୍ରଦାନ ସମ୍ପର୍କରେ ଆଲୋକପାତ କରିଥିବା ବେଳେ କଲ୍ୟାଣ ଦାସ ନିଗମର ଶପଥପାଠ କରାଇଥିଲେ । ନାଗେଶ କୁମାର ପାଣିଗ୍ରାହୀ ମଂଚ ପରିଚାଳନା କରିଥିବା ବେଳେ ବନୁଜ କୁମାର ଦାସ,ଜ୍ଞାନେନ୍ଦ୍ର ପ୍ରସାଦ ବେହେରା,ନିହାର ରଞ୍ଜନ ପଣ୍ଡା,ନିମାଇଁ ଚରଣ ନାୟକ,ଶୁଭଶ୍ରୀ ସାହୁ,ଗଣେଶ୍ୱର ବେହେରା ଓ ଶାନ୍ତନ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ଶେଷ ଭାଗରେ ଅଭିକର୍ତ୍ତା ବିଚିତ୍ରାନନ୍ଦ ବେହେରା,ନାରାୟଣ ଜେନା,ସୀତାକାନ୍ତ ଦାସ,ଅବସରପ୍ରାପ୍ତ କର୍ମଚାରୀ ତ୍ରୈ÷ଲୋକ୍ୟନାଥ ଦାସ ଓ ଅରକ୍ଷୀତ ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଜୀବନବୀମା ଶାଖାର ସମସ୍ତ କର୍ମଚାରୀ,ଅଭକର୍ତ୍ତା ବନ୍ଧୁମାନେ ଉପସ୍ଥିତ ଥିଲେ । ଶେଷରେ ନିମାଇଁ ଚରଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।