ଭାରତୀୟ ଟାକ୍ସି ଚାଳକ ଟଙ୍କା ନେବାକୁ ମନା କରିବାରୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ: ପାକିସ୍ତାନର ୫ଜଣ କ୍ରିକେଟର କରିଥିବା କାମ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଜଣେ ଭାରତୀୟ ଟାକ୍ସି ଚାଳକ ତାଙ୍କଠାରୁ ଟଙ୍କା ନ ନେବାରୁ ୫ଜଣ ଚାଳକଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିବା ଘଟଣା ୫ଜଣଙ୍କୁ ପ୍ରଶଂସାର ପାତ୍ର ବନାଇଛି । ତେବେ ନିମନ୍ତ୍ରଣ କରିଥିବା ୫ଜଣଙ୍କ ମଧ୍ୟରୁ ୩ଜଣଙ୍କୁ ଚିହ୍ନଟ କରି ପାରିଥିଲେ ଟାକ୍ସି ଚାଳକ । ତାଙ୍କ ମୁତାବକ, କ୍ରିକେଟରମାନେ ଥିଲେ ଶାହିଦ୍ ଶାହା ଆଫ୍ରିଦି, ୟାଶିର ଶାହା ଏବଂ ନସୀମ ଶାହା । ତେବେ ଏହି କାହାଣୀକୁ ସାମ୍ନାକୁ ଆଣିଛନ୍ତି ଜଣେ ମହିଳା ରେଡିଓ ଜକି । ଏବିସିରେ ରେଡିଓ ଜକି ଭାବେ କାମ କରୁଥିବା ଏଲିସନ ମିଶେଲ ଏ ବିଷୟରେ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ମିଶେଲ ଜନସନଙ୍କୁ ଜଣାଇବା ସହ ରାତ୍ରିଭୋଜନର ନିମନ୍ତ୍ରଣ ପାଇ ଚାଳକ ଜଣଙ୍କ କେତେ ଖୁସି ଥିଲେ, ତାହା ମଧ୍ୟ ଜଣାଇଥିଲେ ।
ଏଲିସନଙ୍କ କହିବା ମୁତାବକ, ଗବ୍ଦା ଷ୍ଟାଡିୟମକୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ହେଉଥିବା ଟେଷ୍ଟ ମ୍ୟାଚ୍ ଦେଖିବା ପାଇଁ ମୁଁ ସେହି ଟାକ୍ସିରେ ଯାଇଥିଲି । ଯାହା ପରେ ସେହି ଚାଳକ ତାଙ୍କୁ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ ମିଳିଥିବା କଥା କହିଥିଲେ । ଚାଳକଙ୍କ କହିବା ମୁତାବକ, ସେ ପାକିସ୍ତାନର ୫ଜଣ କ୍ରିକେଟରଙ୍କୁ ବ୍ରିସବେନରେ ଥିବା ଏକ ହୋଟେଲରୁ ନେଇ ଏକ ଭାରତୀୟ ରେସ୍ତୋରାଁରେ ରାତ୍ରିଭୋଜନ ପାଇଁ ଛାଡ଼ିଥିଲେ । ଯାହା ପରେ ସେ କ୍ରିକେଟରମାନଙ୍କଠାରୁ ଟଙ୍କା ନେବା ପାଇଁ ମନା କରି ଦେଇଥିଲେ । ଟଙ୍କା ପାଇଁ ମନା କରିବାରୁ ପାକିସ୍ତାନ କ୍ରିକେଟରମାନେ ଚାଳକଙ୍କୁ ତାଙ୍କ ସହ ଭୋଜନ କରିବା ପାଇଁ ଡ଼ାକିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ