ଭାରତୀୟ ଦୃଷ୍ଟିବାଧିତ ଫୁଟବଲ ଟିମ ଖେଳାଳି ଛାତ୍ରୀ ପଦ୍ମିନୀଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତୀୟ ଦୃଷ୍ଟିବାଧିତ ମହିଳା ଫୁଟବଲ ଟିମରେ ସାମିଲ ବାଲେଶ୍ୱର ସହରର ରାଣୀପାଟଣା ସ୍ଥିତ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ପଦ୍ମିନୀ ଟୁଡୁଙ୍କୁ ଶନିବାର ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଦୃଷ୍ଟିହୀନଙ୍କ ନିମନ୍ତେ ବିଦ୍ୟାଳୟର ନିର୍ଦ୍ଦେଶକ ଦିବାକର ସ ପଦ୍ମିନୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ କରତାଳି ଦେଇ ବନ୍ଦାପନା ସହ ତାଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରିଥିଲେ । ମହାରାଷ୍ଟ୍ରର ପୁନେ ଠାରେୠତ ଅକ୍ଟୋବର ୧ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ କୋଚିଂ କ୍ୟାମ୍ପରେ ପଦ୍ମିନୀ ସଫଳତାର ସହ କୋଚିଂ ଶେଷ କରିଥିଲେ । ଅକ୍ଟୋବର ୨୯ ତାରିଖ ସକାଳେ ମହାରାଷ୍ଟ୍ରର କ୍ରୀଡା ମନ୍ତ୍ରୀଙ୍କ ସହିତ ଭାରତୀୟ ଦଳ ସାକ୍ଷାତ କରିଥିଲେ । ପରେ ୪ ଗୋଟି ପ୍ରାକ୍ଟିସ୍ ମ୍ୟାଚ୍ରେ ପଦ୍ମିନୀ ମୋଟରେ ୩ ଟି ଗୋଲ୍ ସ୍କୋର କରି ତାଙ୍କର କ୍ରୀଡା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ । ପୁନଶ୍ଚ ନଭେମ୍ବର ୧୧ ଓ ୧୨ ତାରିଖରେ ପଦ୍ମିନୀ ଭାରତୀୟ ଦଳରେ ସାମିଲ ହୋଇ ଜାପାନ ଦଳ ବିରୁଦ୍ଧ ରେ ୨ ଟି ମ୍ୟାଚ୍ ଖେଳିଥିଲେ । ଉକ୍ତ ମ୍ୟାଚ୍ ରେ ଜାପାନ ଦଳ ଭାରତୀୟ ଦଳକୁ ଯଥାକ୍ରମେ ୨-୧ ଗୋଲ୍ରେ ପରାସ୍ତ କରି ଚମ୍ପିୟାନ ହୋଇଥିଲା ଏବଂ ଭାରତୀୟ ଦଳକୁ ରନରସିପ ଟାଇଟଲରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।