ଭାରତୀୟ ପାର୍ଟି ପକ୍ଷରୁ ନେତାଜୀ ଓ ବୀରସୁରେନ୍ଦ୍ର ସାଏ ଜୟନ୍ତୀ ପାଳନ

ଛତ୍ରପୁର-: ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ଥାନୀୟ ତିରୁପତିରାଓପେଟାସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ କୋର କମିଟି ଅଧ୍ୟକ୍ଷ ତଥା ଯୁବନେତା ପ୍ରଶାନ୍ତ କୁମାର କରଙ୍କ ଅଧ୍ୟକ୍ଷତାରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦେଇ ହାତରେ ଜାତୀୟ ପତାକା ଧରି ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଉପରେ ଆଲୋକପାତ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ମଣ୍ଡଳ ସଭାପତି ତଥା ଯୁବ ସମାଜସେବୀ ସଂଜିତ୍ କୁମାର ରାଉଳ, ଜିଲ୍ଲାପରିଷଦ ସଭ୍ୟା ରଶ୍ମିରେଖା ମହାପାତ୍ର, ମତ୍ସ୍ୟଜିବି ନେତା ଭୀମସେନ ବେହେରା, ଆଇନଜିବୀ ପ୍ରଦୀପ କୁମାର ପାଢି ଓ ଚୈତନ୍ୟ ପ୍ରଧାନ, ଲକ୍ଷ୍ମୀନାରାୟଣ ପଣ୍ଡା, କଣମଣା ମଣ୍ଡଳ ସଭାପତି ପଦ୍ମ ଚରଣ ସାହୁ, ଶ୍ରମିକ ନେତା ବିଜୟ ମୁଦୁଲୁ ଓ ପି.ଲମ୍ବୋଦର ରେଡ୍ଡୀ, ରୁଇନା ପଟ୍ଟନାୟକ, ଡି.ସୁରେଶ ରେଡ୍ଡୀ, ଅମରେଶ ମହାରଣା, ଜି.ମନୋଜ ରେଡ୍ଡୀ, ଉମାଶଙ୍କର ମହାନ୍ତି, ପି.ତ୍ରିପତି ରାଓ, ଇ.ପ୍ରମୋଦ କୁମାରଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ