ଭାରତୀୟ ବଜାରରେ ବୃଦ୍ଧିପାଉଛି ଭିସା କାର୍ଡ ପେମେଂଟ୍ କାରବାର

ଭାରତରେ ଇଂଟରନେଟ୍, ଇ-କମର୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । ରିଜର୍ଭ ବ୍ୟାଙ୍କକ ନିର୍ଦ୍ଦେଶ କ୍ରମେ
ଡିଜିଟାଲ କାରବାର ବୃଦ୍ଧି ପାଇଛି । ଫଳରେ ଏବେ ଆଉ ପେମେଂଟ୍ କାର୍ଡର ବ୍ୟବହାର କେବଳ ସହରରେ
ହେଉନାହିଁ । ଦେଶର ପ୍ରତିଟି ସ୍ଥାନରେ ଏହା କାୟା ବିସ୍ତାର କରିଛି । ଗତ ୩ ବର୍ଷ ମଧ୍ୟରେ ୯୭୧ ନିୟୁତ
କ୍ରେଅଡିଟ୍ ଏବଂ ଡେବିଟ୍ କାର୍ଡ ଇସ୍ୟୁ ହୋଇଛି । ପ୍ରକୃତ ପକ୍ଷେ ଏହାର ବ୍ୟବହାର ଏବେ ବଜାରରେ ମୁଖ୍ୟ ଭୂମିକା
ଗ୍ରହଣ କରିଛି । ଏହି ଅବସରରେ ଭିସା ଗ୍ରୁପ୍ ଇଣ୍ଡିଆ ଏବଂ ଦକ୍ଷିଣ ଏସିଆ କଂଟ୍ରି ମ୍ୟାନେଜର ଶ୍ରୀ ଟି.ଆର୍. ରାମଚନ୍ଦ୍ରନ
କହିଲେ, “ଡେବିଟ୍ କାର୍ଡ ଦ୍ୱାରା ପେମେଂଟ ପ୍ରଣାଳୀ ଦ୍ରୁତ ହେବା ସହିତ ପେମେଂଟ କାର୍ଯ୍ୟ ତ୍ୱରାନ୍ୱିତ
ହୋଇପାରୁଛି । ଦେଶରେ ଗତ ୧୨ ମାସ ମଧ୍ୟରେ ଡେବିଟ୍ କାର୍ଡ କାରବାର ୨୩% ବୃଦ୍ଧି ପାଇଛି । ସେହିପରି
୯୫% ପେମେଂଟ୍ କାର୍ଡ କାରବାରରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ମେଡିକାଲ ଚିକିତ୍ସା କ୍ଷେତ୍ରରେ ଡେବିଟ୍
କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ସମ୍ପ୍ରତି ଇତିମଧ୍ୟରେ ଅନେକ କାରବାର ନଗଦରୁ ଡେବିଟ୍ଟ୍
କାର୍ଡକୁ ପରିବ୍ୟପ୍ତ ହେବାରେ ଲାଗିଛି । ଡେବିଟ୍ କାର୍ଡରେ କାରବାର ସହଜ, ସୁରକ୍ଷିତ ଏବଂ ବେଶ୍ ବିଶ୍ୱାସନୀୟ ।
୨୦୧୬ରେ ଦେଶରେ ୨ ଲକ୍ଷ ପିଓଏସ୍ ଟର୍ମିନାଲ ଥିବାବେଳେ ଏବେ ଏହା ୩୫ ଲକ୍ଷରୁ ଅଧିକ ହୋଇଛି ।
ସେହିପରି ୮୦% ଅନ୍ ଳାଇନ୍ ଶପିଂ କାରବାର ସମ୍ପନ୍ନ ହୋଇଛି । ଏହା ଦେଶର ଦ୍ୱିତୀୟ ତଥା ତୃତୀୟ ଶ୍ରେଣୀ
ସହରରେ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ସୁରକ୍ଷା ଦୃଷ୍ଟିରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଇଏମ୍ଭି ଚିପ୍ ଯୁକ୍ତ
ଡେବିଟ୍ କାର୍ଡର ପ୍ରଚଳନକୁ ଗୁରୁତ୍ୱାରୋପ କରିଛନ୍ତି । ଏଥିରେ ସିଭିଭି, ପିନ୍ ଓ ଓଟିପି ଆଦି ସୁରକ୍ଷା ବ୍ୟବସ୍ଥା
ରହିଛି । ଚିପ୍ କାର୍ଡ ବ୍ୟକ୍ତିଗତ ତଥ୍ୟ ଚୋରିକୁ ପ୍ରତିହତ କରିଥାଏ । ଇଏମ୍ଭି ଚିପ୍ ଯୁକ୍ତ କାର୍ଡ ବିଶ୍ୱସ୍ତରରେ ବେଶ୍
ଉପଯୋଗୀ ହୋଇପାରିଛି । ଏବେ ଭିସା ପକ୍ଷରୁ କଂଟାକ୍ଟଲେସ୍ କାର୍ଡର ପ୍ରଚଳନ କରାଯାଇଛି ।
ଏହାଦ୍ୱାରା ୨,୦୦୦ ଟଙ୍କା ପର୍ଯ୍ୟନ୍ତ କାରବାର କରାଯାଇପାରୁଛି । ଏହାସହିତ ଭିସା ପକ୍ଷରୁ ପାସ୍ ୱାର୍ଡ ଯୁକ୍ତ
ସ୍ୱୀକୃତିପ୍ରାପ୍ତ ପ୍ରଣାଳୀର ଉପଯୋଗ କରାଯାଇଛି । ଏହା କାର୍ଡ ଧାରକଙ୍କ ପରିଚୟକୁ ଅନ୍ ଲାଇନ୍ ଶପିଂ କ୍ଷେତ୍ରରେ
ରୁଦ୍ଧିମନ୍ତ କରିଥାଏ । ଏଥିରେ ଥିବା ସିଭିଭି ନମ୍ବର ଦ୍ୱାରା ତଥା ପଞ୍ଜିକୃତ ମୋବାଇଲ୍ ନମ୍ବର ସହାୟତାରେ ଅନ୍
ଲାଇନ୍ କାରବାର ସହଜ ତଥା ସୁରକ୍ଷିତ ମାତ୍ର ୩ ସେକେଣ୍ଡରେ ହୋଇପାରିଥାଏ । ଏହା ଚୋରି କିମ୍ବା ହଜିଗଲେ
ଅଥବା ଏହା ମାଧ୍ୟମରେ କୌଣସି ଠକାମି ହୋଇପାରିବ ନାହିଁ ।ଏହା ସହିତ କାର୍ଡ ଧାରକଙ୍କୁ ଏସଏମଏସ୍ ସେବା
ଉପଲବ୍ଧ କରାଯାଇଥାଏ । ଅଜଣା ବ୍ୟକ୍ତି କାର୍ଡ ବ୍ୟବହାର କଲେ ଧାରକ ଏସମ୍ପର୍କରେ ସହଜରେ ଜାଣିପାରିବେ ।
ଫଳରେ ଇସ୍ୟୁଇଙ୍ଗ୍ ବ୍ୟାଙ୍କକୁ ତତ୍କ୍ଷଣାତ୍ କାର୍ଡ ସମ୍ପର୍କରେ ଜଣାଇ ଦିଆଯାଇଥାଏ ।
ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ଟୋକନାଇଜେସନ୍ ପ୍ରଣାଳୀ ଧାରକଙ୍କ ପାଇଁ ବେଶ୍ ସୁରକ୍ଷିତ ତଥା
ସହଜ ହୋଇପାରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ