ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ଛତ୍ରପୁର, (ଦେବଦତ୍ତ ମହାରଣା) :ବ୍ରହ୍ମପୁର ତହସିଲ ଅନ୍ତର୍ଗତ ବିଭିନ୍ନ ରାଜସ୍ୱ ମୌଜାର ଗୌଡ ବନ୍ଧ ସାହି, ପିଚିପିଚିଆ ନଗର ସାହି ଭଳି ବିଭିନ୍ନ ସ୍ଥାନରେ ବସବାସ କରୁଥିବା ପ୍ରାୟ ୨୫୦ରୁ ଉର୍ଦ୍ଧ୍ୱ ଗୃହ ହୀନ , ଜମିହୀନ ଓ ଦଳିତ ପରିବାର ଙ୍କୁ ଜମି ପଟ୍ଟା ପ୍ରଦାନ କରିବା ସକାଶେ ଆଜି ଭାରତୀୟ ବିକାଶ ପରିଷଦ ପକ୍ଷରୁ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଙ୍କ ନତେୃତ୍ୱରେ ସାହି ବାସିନ୍ଦା ମାନେ ଗଞ୍ଜାମ ଜିଲ୍ଲାପାଳକାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମ କମିଶନର ଓ ବ୍ରହ୍ମପୁର ତହସିଲଦାରଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେମାନେ ଉକ୍ତ ସ୍ଥାନରେ ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ୱ ଦିନଧରି ବସବାସ କରୁଥିବା ବେଳେ ସେମାନଙ୍କୁ ବର୍ତ୍ତମାନ ଉଚ୍ଛେଦ କରାଯାଉଥିବାରୁ ଏହାକୁ ବିରୋଧ କରାଯାଇଛି । ପ୍ରଶାସନ ଜାଣିଶୁଣି ସେମାନଙ୍କୁ ଅବହେଳା କରିବା ସହ ମିଥ୍ୟା କେସ ରୁଜୁ କରିଛି । ଯାହାକି ଅସମ୍ବିଧାନିକ ବେନୀୟମ ଅଟେ ବଲି ଭାରତୀୟ ବିକାଶ ପରିଷଦ ଦାବୀ ହୋଇଛି । ସେମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବା ସହ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ ଦାବୀ ହୋଇଛି । ଏହି ବିକ୍ଷୋଭ ଓ ଦାବୀ ପତ୍ର ପ୍ରଦାନ ବେଳେ ଗଞ୍ଜାମ ଜିଲ୍ଲା କମିଟି ମେମ୍ବର ଗୌରୀଶଙ୍କର ମହାନ୍ତି, ଗୁରୁଦେବ ବେହେରା, ମୁରଲି ସାହୁ, ଋଷିକୁଲ୍ୟା ରୟତ ମହାସଭାର ସାଧାରଣ ସମ୍ପାଦକ ସିମାଂଚଳ ନାହାକ ଙ୍କ ବହୁ ସାହି ବାସିନ୍ଦା ମାନେ ଉପସ୍ଥିତ ଥିଲେ ।