ଭାରତୀୟ ମଜଦୁର ସଂଘର ଜୁରୁରୀ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ଭାରତୀୟ ମଜଦୁର ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଯୋଗେଶ୍ୱରା ଦାସ ପ୍ରମୁଖ ଯୋଗଦେଇ ଥିବା ବେଳେ ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଜିଲ୍ଲା ସମ୍ପାଦକ ସୁଜିତ ପ୍ରଧାନ ଜିଲ୍ଲା ଅଙ୍ଗନବାଡି କର୍ମୀ ସଭାପତି ପୁଷ୍ପାଞ୍ଜଳୀ ପଣ୍ଡା, ଜିଲ୍ଲା ଆଶା କର୍ମୀ ସଂଘର ସବାପତି ଜ୍ୟୋତ୍ସନା ରାଣୀ ପାଣିଗ୍ରାହୀ, ସମ୍ପୂର୍ଣ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମୁଖ୍ୟତଃ ଆଗାମୀ ଦିନରେ ଭାରତୀୟ ମଜଦୁର ସଂଘକୁ କିପରି ସୁଦୃଢ କରାଯିବ ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହାସହ ଅଙ୍ଗନବାଡି ଓ ଆଶାକର୍ମୀଙ୍କ ଉପରେ ମଧ୍ୟ ଆଲୋଚନା କରାଯାଇ ଭବିଷ୍ୟତପନ୍ଥା ନେଇ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ କାର୍ଯ୍ୟକାରିଣୀ ସବାପତି ରାଜେନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶେଷରେ ଉପସଭାପତି ଶଙ୍କର ଗୌଡ ଧନ୍ୟବାଦ ପ୍ରଦାନ କରିଥିଲେ ।