ଭାରତୀୟ ରେଳର ସର୍ବଶ୍ରେଷ୍ଠ ନିରାପତ୍ତା ରେକର୍ଡ

ନୂଆଦିଲ୍ଲୀ : ଗତ ବର୍ଷ ଏପ୍ରିଲଠାରୁ ଚଳିତ ବର୍ଷ ମାର୍ଚ୍ଚ ମାସ ମଧ୍ୟରେ ଭାରତୀୟ ରେଳ ସର୍ବାଧିକ ନିରପତ୍ତା ରେକର୍ଡ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ୦୧.୦୪.୨୦୧୯ ରୁ ୦୮.୦୬.୨୦୨୦ ଟ୍ରେନ ଦୁର୍ଘଟଣା ଯୋଗୁଁ କୌଣସି ଯାତ୍ରୀଙ୍କର ମୃତ୍ୟୁ ହୋଇନାହିଁ । ୧୮୫୩ରେ ରେଳବାଇର ଆରମ୍ଭ ଅର୍ଥାତ ଦୀର୍ଘ ୧୬୬ ବର୍ଷର ରେଳ ଇତିହାସରେ ପ୍ରଥମଥର ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଏକ ଉଲ୍ଲେଖନୀୟ ଘଟନା ଘଟିଛି । ନିରପତ୍ତା ରକ୍ଷା ଦିଗରେ ରେଳବାଇର କ୍ରମାଗତ ପ୍ରଚେଷ୍ଟା ଯୋଗୁଁ ଗତ ୧୫ ମାସ ମଧ୍ୟରେ କୌଣସି ଯାତ୍ରୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇନାହିଁ । ଯାତ୍ରୀ ସୁରକ୍ଷା ପ୍ରତି ଭାରତୀୟ ରେଳ ସର୍ବୋଚ୍ଚ ପ୍ରଥମିକତା ଦେଉଥିବାବେଳେ ମାନବ ପରିଚାଳିତ ଲେବଲ କ୍ରସିଂ ଉଚ୍ଛେଦ, ଅଧିକ ରେଳ ଓଭରବ୍ରିଜ ନିର୍ମାଣ, ରେଳ ପୋଲଗୁଡିକର ରକ୍ଷଣାବେକ୍ଷଣ ଓ ରେଳ ଟ୍ରାକଗୁଡିକର ନବୀକରଣ ଯୋଗୁଁ ରେଳ ସୁରକ୍ଷା ବ୍ୟବସ୍ଥାରେ ଏହି ଉନ୍ନତି ଆସିଛି । ଏହାଛଡା ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ) ଠାରୁ ରେଳ ଧାରଣା ଆଣିବା, ଟ୍ରାକଗୁଡ଼ିକର ରକ୍ଷଣାବେକ୍ଷଣ, କର୍ମଚାରୀଙ୍କୁ ଉପଯୁକ୍ତ ତାଲିମ, ସଂକେତ ବ୍ୟବସ୍ଥାର ଉନ୍ନତି ଓ ରେଳ ସୁରକ୍ଷାରେ ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥାର ଉପଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଯାତ୍ରୀ ସୁରକ୍ଷା ବୃଦ୍ଧି ପାଇଁ ଭାରତୀୟ ରେଳ ପକ୍ଷରୁ ନିମ୍ନୋକ୍ତ ପଦକ୍ଷେପମାନ ନିଆଯାଇଛି୨୦୧୯-୨୦ରେ ୧୩୦୯ଟି ରେଳ ଓଭରବ୍ରିଜ ନିର୍ମାଣ ଯୋଗୁଁ ରେଳ ସୁରକ୍ଷା ବୃଦ୍ଧି ପାଇଛି । ୨୦୧୯-୨୦ରେ ୧୩୬୭ଟି ରେଳ ପୋଲର ସଂପୂର୍ଣ୍ଣ ରକ୍ଷାଣାବେକ୍ଷଣ କରାଯାଇଛି, ଯାହାକି ଗତ ଆର୍ଥିକ ବର୍ଷରେ ୧୦୧୩ ଥିଲା । ୨୦୧୯-୨୦ରେ ୫୧୮୧ କିଲୋମିଟର ରେଳ ଟ୍ରାକର ନବୀକରଣ କରାଯାଇଥିବା ବେଳେ ୨୦୧୮-୧୯ରେ ଏହା ୪୨୬୫ କିଲୋମିଟର ଥିଲା । ପ୍ରାୟ ୧୩.୮ ଲକ୍ଷ ଟନ ରେଳ ଧାରଣା ସେଲ ଠାରୁ ଅଣାଯାଇ ରେଳ ଧାରଣାଗୁଡିକୁ ଅଧିକ ସୁଦୃଢ କରାଯାଇଛି । ୨୦୧୯-୨୦ରେ ୨୮୫ଟି ଲେବଲ କ୍ରସିଂକୁ ସିଗନାଲ ଦ୍ଵାରା ଇଣ୍ଟର ଲକିଙ୍ଗ କରାଯାଇଛି । ୨୦୧୯-୨୦ରେ ୮୪ଟି ଷ୍ଟେସନରେ ମେକାନିକାଲ ସଂକେତ ବ୍ୟବସ୍ଥା ସ୍ଥାନରେ ଇଲେକ୍ଟ୍ରୋନିକ ସଂକେତ ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଷ୍ଟ୍ରୀୟ ରେଳ ସଂରକ୍ଷଣ କୋଷ ସୃଷ୍ଟି ହେବାଠାରୁ ଏହା ସମ୍ଭବ ହୋଇପାରିଛି । ଏବାବଦକୁ ଆସନ୍ତା ୫ ବର୍ଷ ଭିତରେ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଯାହାଯୋଗୁଁ ବାର୍ଷିକ ଆୟରେ ୨୦ ହଜାର କୋଟି ଟଙ୍କା ବୃଦ୍ଧି ପାଇବ । ଏହି ଅର୍ଥ ଯୋଗୁଁ ଅତ୍ୟାବଶ୍ୟକ ନିରାପତ୍ତା ଜନିତ ପଦକ୍ଷେପ ନିଆଯିବାରୁ ଏପରି ସଫଳତା ମିଳିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ