ଭାରତୀ ଏକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସର ବ୍ୟବସାୟିକ ଆୟ ୨୫% ବୃଦ୍ଧି

ନୂଆଦିଲ୍ଲୀ, (ଏଜେନ୍ସି): ଚଳିତ ଆର୍ଥିକ ବର୍ଷରେ ଭାରତୀ ଏକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ୯୧୧ କୋଟି ଟଙ୍କା ସହିତ ୨୫% ଅଭିବୃଦ୍ଧି ହାସଲ କରିଛି । ଏହି ତଥ୍ୟ ଭାରତର ଅଗ୍ରଣୀ ବ୍ୟବସାୟିକ ଗ୍ରୁପ୍ ମଧ୍ୟରୁ ଅନ୍ୟତମ, ଭାରତୀ ଏଣ୍ଟରପ୍ରାଇଜେସ୍ ଏବଂ ବିଶ୍ୱର ଏକ ବୃହତ ଇନ୍ସ୍ୟୁରାନ୍ସ କମ୍ପାନୀ ଭାବେ ପରିଚିତ ଏକ୍ସାର ମିଳିତ ଉଦ୍ୟମରେ ଗଠିତ ଭାରତୀ ଏକ୍ସା ଲାଇଫ୍ ଇନ୍ସ୍ୟୁରାନ୍ସ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷରେ ଏହାର ମୂଲ୍ୟ ୭୩୧ କୋଟି ଟଙ୍କା ରହିଥିଲା । ଚଳିତ ଆର୍ôଥକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ଏହାର ବାର୍ଷିକ ନୂଆ ବ୍ୟବସାୟର ପ୍ରିମିୟମ ୬୪୦ କୋଟି ଟଙ୍କା ସହିତ ୩୧%କୁ ବୃଦ୍ଧି ପାଇଛି । ସେହିପରି ୨୦୧୭-୧୮ରେ ଏହା ୪୮୯ କୋଟି ଟଙ୍କା ଥିଲା । ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନୀ ରିନ୍ୟୁଆଲ୍ ପ୍ରିମିୟମରେ ୧,୧୬୪ କୋଟି ଟଙ୍କା ସହିତ ୨୨%କୁ ଅଭିବୃଦ୍ଧି ହୋଇଥିବା ପଞ୍ଜିକରଣ କରିଛି । ୨୦୧୭-୧୮ରେ ଏହା ୯୫୪ କୋଟି ଟଙ୍କା ଥିଲା । ଆର୍ôଥକ ବର୍ଷ ୨୦୧୮-୧୯ରେ ମୋଟ ପ୍ରିମିୟମରେ ୨,୦୭୬ କୋଟି ଟଙ୍କା ସହିତ ୨୩%କୁ ବୃଦ୍ଧ ଘଟିଛି । ବର୍ଷକ ପୂର୍ବରୁ ଏହା ୧,୬୮୪ କୋଟି ଟଙ୍କା ରହିଥିଲା । ମାର୍ଚ୍ଚ ୩୧, ୨୦୧୯ରେ କମ୍ପାନୀର ପରିଚାଳନା ଅଧିନସ୍ଥ ସମ୍ପତ୍ତିରେ ୨୦୧୭-୧୮ରେ ୪,୪୯୬ କୋଟି ଟଙ୍କାରୁ ୨୭% ବୃଦ୍ଧି ଘଟି ୫,୬୯୯ କୋଟି ଟଙ୍କାରେ ପହଞ୍ôଚଛି । ୨୦୧୮-୧୯ରେ କମ୍ପାନୀ ଡିଷ୍ଟ୍ରିବ୍ୟୁସନ୍ ନେଟୱାର୍କକୁ ବୃଦ୍ଧି କରିବା ପାଇଁ ଦେଶରେ ୫୦ଟି ନୂଆ ଶାଖା ଯୋଗ କରି ୨୩୬ଟି ଶାଖା ସୃଷ୍ଟି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ